ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ସିମଲା: ସବୁ କଳ୍ପନାଜଳ୍ପନାର ଅନ୍ତଃ ହୋଇଛି। ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି। ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ। ସେହିପରି ମୁକେଶ ଅଗ୍ନିହୋତ୍ରୀ ଡେପୁଟି ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି। ଆସନ୍ତା କାଲି ସୁଖବିନ୍ଦର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପର୍ୟ୍ୟବେକ୍ଷକ ଭାବେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି। ଗତକାଲିଠାରୁ ଏହାକୁ ନେଇ ରାଜ୍ୟ କଂଗ୍ରେସ କାର୍ୟ୍ୟାଳୟରେ ଗରମାଗରମ ଜାରି ରହିଥିଲା। ନୂଆମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ ସୁଖବିନ୍ଦରଙ୍କ ଗାଁ ହମିରପୁର ନାଦୁନରେ ଉତ୍ସବର ମହୋଲ ହୋଇଛି।  ମୁଖ୍ୟମନ୍ତ୍ରୀ ଆସନ ଗୋଟିଏ, କିନ୍ତୁ ଆଶାୟୀଙ୍କ ଲମ୍ବା ଲାଇନ୍ । ବିଧାୟକଙ୍କ ମଧ୍ୟରେ ବଡ଼ ବିଭାଜନ ଦେଖିବାକୁ ମିଳୁଥିବା ବେଳେ ବିଜୟୀ ପ୍ରାର୍ଥୀଙ୍କ ଦେଖାନାହିଁ । ସରକାର ଗଢିବା ପାଇଁ ବିଧାୟକଙ୍କ ମଧ୍ୟରେ ତତ୍ପରତା ଦେଖାଯାଉନଥିବା ବେଳେ ୬ଜଣ ବରିଷ୍ଠ ବିଧାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ରଖିଛନ୍ତି । ଏଭଳି କ୍ଷେତ୍ରରେ ରାଜ୍ୟପ୍ରଭାରୀ ରାଜୀବ ଶୁକ୍ଲା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା ପ୍ରଭାରୀ ଭୁପେଶ ବାଘେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ରାଜ୍ୟପାଳଙ୍କୁ ଭେଟି କଂଗ୍ରେସ ସରକାର ଗଠନ କରିବା ନେଇ ପ୍ରସ୍ତାବ ଦେଇଥିଲେ।