ସିନେମା ଷ୍ଟାଇଲରେ ଲୁଟ ଉଦ୍ୟମ : ୩ ଦୁର୍ବୃର୍ତ୍ତ ଗିରଫ

ସିନେମା ଷ୍ଟାଇଲରେ ଲୁଟ ଉଦ୍ୟମ : ୩ ଦୁର୍ବୃର୍ତ୍ତ ଗିରଫ

ସିନେମା ଷ୍ଟାଇଲରେ ଲୁଟ ଉଦ୍ୟମ : ୩ ଦୁର୍ବୃର୍ତ୍ତ ଗିରଫ
ଭୁବନେଶ୍ୱର : ସିନେମା ଷ୍ଟାଇଲରେ ଗାଡି ଚୋରି ଉଦ୍ୟମ ବେଳେ ତିନି ଦୁର୍ବୃର୍ତ୍ତଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱରରୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିବା ଏକ ଘରୋଇ ଟ୍ୟାକ୍ସିକୁ ଲୁଟ ଉଦ୍ୟମ ବିଫଳ ହୋଇଛି । ସାଲେପୁର ନିକଟରୁ ବନ୍ଧୁକ ଦେଖାଇ ୪ ଦୁର୍ବୃର୍ତ୍ତ ଚାଳକଙ୍କୁ ଡିକିରେ ଭର୍ତ୍ତି କରି କାର ଲୁଟ କରିବାର ଉଦ୍ୟମ କରିଥିଲେ ଲୁଟେରା । ତେବେ ପଟ୍ଟାମୁଣ୍ଡାଇ ଛକରେ ଡିକି ଖୋଲିଯିବାରୁ ଲୁଟେରା ମାନେ ପୁଣି ଥରେ ଡିକିରେ ପୁରାଇବାକୁ ଚେଷ୍ଟା କରୁଥିଲେ । ତେବେ ଲୋକ ଦୁର୍ବୃର୍ତ୍ତଙ୍କୁ କାବୁ କରିବା ସହିତ ପୋଲିସ ଜିମା ଦେଇଥିଲେ । ୩ ଦୁର୍ବୃର୍ତ୍ତଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି ।