ସିଝୁଛି ଟିଟିଲାଗଡ଼, ତାପମାତ୍ରା ୪୩ ଡିଗ୍ରି ଉପରେ
ସିଝୁଛି ଟିଟିଲାଗଡ଼, ତାପମାତ୍ରା ୪୩ ଡିଗ୍ରି ଉପରେ
ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଅସହ୍ୟ ଗରମରେ ଡହଳ ବିକଳ ହେଉଛନ୍ତି ଲୋକେ । ଟିଟିଲାଗଡ଼ ଆଜି ତାତିରେ ସିଝୁଛି। ଏଠାରେ ସର୍ବାଧିକ ୪୩.୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ବଲାଙ୍ଗୀରରେ ୪୨.୪ ଡିଗ୍ରୀ ଓ ବୌଦ୍ଧରେ ୪୧ଡିଗ୍ରୀ ତାପମାତ୍ରା ରହିଛି। ତେବେ ୩ ଓ ୪ ତାରିଖରେ ରାଜ୍ୟର ତାପମାତ୍ରା କମିବ ଓ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଗତକାଲି ମୋଟ ୮ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା। ଟିଟିଲାଗଡ, ବଲାଙ୍ଗୀର ଓ ବୌଦ୍ଧ ପରେ ଭବାନୀପାଟଣାରେ ୪୦.୫, ଝାରସୁଗୁଡାରେ ୪୦.୫, ସୋନପୁରରେ ୪୦.୪, ତାଳଚେରରେ ୪୦.୨ ଓ ସୁନ୍ଦରଗଡରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
୩ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ରାୟଗଡା, ଗଜପତି ଓ କୋରାପୁଟ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୪ରେ ଉତ୍ତର ଉପକୂଳ ଓଡିଶା ସମେତ ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।




admin 