ସାବଧାନ! ସାନିଟାଇଜର ଅଧିକ ବ୍ୟବହାର କଲେ ଭୋଗି ପାରନ୍ତି ଏମିତି ସମସ୍ୟା

ସାବଧାନ! ସାନିଟାଇଜର ଅଧିକ ବ୍ୟବହାର କଲେ ଭୋଗି ପାରନ୍ତି ଏମିତି ସମସ୍ୟା

ସାବଧାନ! ସାନିଟାଇଜର ଅଧିକ ବ୍ୟବହାର କଲେ ଭୋଗି ପାରନ୍ତି ଏମିତି ସମସ୍ୟା
କରୋନାରେ ଗଭୀର ଭାବରେ ପ୍ରଭାବିତ ଜନ ସାଧାରଣଙ୍କ ପାଇଁ ଆଉ ଏକ ଖରାପ ଖବର । କରୋନା ପରବର୍ତ୍ତୀ ସମୟରେ ସାନିଟାଇଜରର ବ୍ୟବହାର ବଢିଥିବା ବେଳେ ଆଜି ଏହାକୁ ନେଇ ବୈଜ୍ଞାନିକ ମାନେ ସତର୍କ ସୂଚନା ଦେଇଛନ୍ତି । କଞ୍ଜ୍ୟୁମର ଗାଇଡାନ୍ସ ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ସାନିଟାଇଜରର ମାତ୍ରାଧିକ ବ୍ୟବହାର କାରଣରୁ ବିଭିନ୍ନ ପ୍ରକାରର ରୋଗ ହୋଇପାରେ । ୧୨୨ଟି ପରୀକ୍ଷଣରୁ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ସାନିଟାଇଜର ଗୁଡିକରେ ମେଥାନଲ ରହିଛି, ଯାହାକି ଅତ୍ୟନ୍ତ ବିଷାକ୍ତ । ୧୨୨ଟି ନମୂନା ମଧ୍ୟରୁ ୪୫ ପ୍ରତିଶତ ନମୂନାରେ ଆବଶ୍ୟକତା ଠାରୁ ଅଧିକ ମେଥାନଲ ରହିଛି । ଏହା ମଧ୍ୟରୁ ୪ପ୍ରତିଶତ ସାନିଟାଇଜରରେ ଅଧିକ ପରିମାଣରେ ମେଥାନଲ ରହିଛି ଯାହାକି ଚକ୍ଷୁର ସ୍ନାୟୁ ନଷ୍ଟ କରିବା ସହିତ ଅନ୍ଧ କରିବାର କ୍ଷମତା ରହିଥାଏ । କେବଳ ମହାରାଷ୍ଟ୍ରରେ ଉପଲବ୍ଧ ସାନିଟାଇଜରର ପରୀକ୍ଷଣରୁ ଏହି ତଥ୍ୟ ପ୍ରକାଶ ପାଇଛି । ଏହା ବ୍ୟତିତ ଏହି ସାନିଟାଇଜର ଗୁଡିକର ମାତ୍ରାଧିକ ବ୍ୟବହାରର ଅନ୍ୟାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ରହିଛି । ଏହା କିଡନୀ ଏବଂ ଫୁସଫୁସ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେଣୁ ସାନିଟାଇଜର ବ୍ୟବହାର କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ ।