ସାପ ସହ ଭୋଜନ କରୁଛନ୍ତି ମହିଳା
ସାପ ସହ ଭୋଜନ କରୁଛନ୍ତି ମହିଳା
ସାପ, ନାଁ ଶୁଣିଲେ ମନରେ ଆସିଯାଏ ଭୟ । କିନ୍ତୁ ଚୀନରେ ଲୋକେ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି । ଯେଉଁଠି ଦେଖିବେ ସେଠି ଚୀନକୁ ନେଇ ଚର୍ଚ୍ଚା । କରୋନା ପାଇଁ ପରିସ୍ଥିତି ସେ ଦେଶରେ ଅଣାୟତ୍ତ ହେଲାଣି । ହେଲେ ଲୋକେ ନିଜ ଖାଦ୍ୟ ଓ ମଉଜ ମଜଲିସ କରିବାରୁ ଓହରୁ ନାହାନ୍ତି । ଦକ୍ଷିଣ ଚୀନର ଏଭଳି ଏକ ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଦୁଇଜଣ ଯୁବତୀ ରେସ୍ତୋରାଁରେ ଭୋଜନ କରିବା ସମୟରେ ଭିଡ଼ିଓଟିକୁ ସୁଟିଂ କରାଯାଇଛି ।
ଖାଦ୍ୟ ଥାଳି ପାଖରେ ବଡ଼ ଅଜଗରଟେ ଶୋଇଛି । ସେମାନେ ଖାଇବା ସମୟରେ ଅଜଗରଟି ଏପାଖ ସେପାଖ ହେଉଛି । ଏମିତିକି ଜଣେ ଯୁବତୀଙ୍କର ମୁହଁ ପାଖକୁ ମଧ୍ୟ ଅଜଗର ତା’ ମୁହଁ ନେଉଛି । ହେଲେ ଯୁବତୀ ଦୁଇଜଣ ନିର୍ଭୀକତାର ସହ ବସି ଖାଇବାରେ ଲାଗିଛନ୍ତି । ଡରର ଚିହ୍ନ, ବର୍ଣ୍ଣ ସେମାନଙ୍କ ମୁହଁରେ ଦେଖିବାକୁ ମିଳୁନି । ସତ କଥାଟି ହେଲା, ସାପଟିକୁ ଆନିମେସନରେ ତିଆରି କରାଯାଇଛି । ଗ୍ରାହକ ସଂଖ୍ୟା ବଢ଼ାଇବା ପାଇଁ ଚୀନର ଅଧିକାଂଶ ରେସ୍ତୋରାଁରେ ଏମିତି ଆନିମେସନ ଜୀବଜନ୍ତୁ କରାଯାଉଛି ।




admin 