ସାଢେ଼ ୩ କିଲୋ ବ୍ରାଉନସୁଗର, ୬୫ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି ଜବତ
ସାଢେ଼ ୩ କିଲୋ ବ୍ରାଉନସୁଗର, ୬୫ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି ଜବତ
ଭୁବନେଶ୍ୱର: ପ୍ରାୟ ସାଢେ଼ ୩ କିଲୋ ବ୍ରାଉନସୁଗର ସହ ନଗଦ ୬୫ ଲକ୍ଷ ଟଙ୍କା, ୩ ବନ୍ଧୁକ, ୩ ମାଗାଜିନ, ୪୯ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ନୟାଗଡ ସହର ପିଡବ୍ଲୁ୍ୟଡି ଲେନରେ ଭଡାରେ ରହୁଥିବା ଜଣେ ଯୁବକଙ୍କ ଘରୁ ନୟାଗଡରେ କ୍ରାଇମବ୍ରାଂଚ ଏସଟିଏଫର ଚଢାଉ କରି ଏସବୁ ଜବତ କରିଛି ।
ସୂଚନା ଅନୁସାରେ ବଡ ବ୍ରାଉନସୁଗାର ବ୍ୟବସାୟୀକୁ ଆଗରୁ ଗିରଫ କରିସାରିଥିଲା କ୍ରାଇମବ୍ରାଂଚ । ଖୋର୍ଦ୍ଧା ଅଂଚଳର ତାର ସହଯୋଗୀ ଏହି ଯୁବକ ଜଣକ ଗତ ୨ ମାସ ହେଲା ନୟାଗଡ ପିଡବ୍ଲୁ୍ୟଡି ଲେନରେ ଭଡା ଘର ନେଇ ସପରିବାର ରହୁଥିଲା । ତେବେ ପୂର୍ବରୁ ଖୋଜ ଖବର ନେଇଥିବା ଏସଟିଏଫ ଗତକାଲି ସଂନ୍ଧ୍ୟା ପ୍ରାୟ ୫ଟା ସମୟରେ ସେହି ଘର ଚାରିପାଖରେ ପଇଁତରା ମାରୁଥିଲା । ଠିକ ରାତି ୧୦ ଟା ୩୦ ରେ ଘର ଭିତରକୁ ପଶିଲା ବେଳକୁ ଅଭିଯୁକ୍ତ ଯୁବକ ଜଣକ ସିଡି ବାଟ ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲା । ଚଢାଉ ବେଳେ ଜଣଙ୍କୁ ଏସଟିଏଫ ଧରିଥିବା ସୂଚନା ।
ତେବେ ଘର ଖାନସଲାସ କଲାବେଳେ ସାଢେ଼ ୩ କିଲୋ ବ୍ରାଉନସୁଗର ସହ ନଗଦ ୬୫ ଲକ୍ଷ ଟଙ୍କା, ୩ ବନ୍ଧୁକ, ୩ ମାଗାଜିନ, ୪୯ ରାଉଣ୍ଡ ଗୁଳି ଠାବ ହୋଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କ୍ରାଇମବ୍ରାଂଚ ବ୍ରାଉନସୁଗାର, ଟଙ୍କା, ଗୁଳି, ବନ୍ଧୁକ ଇତ୍ୟାଦି ଜବତ କରିଥିଲା । ଜବତ ହୋଇଥିବା ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୪କୋଟି ଟଙ୍କାରୁ ଉଦ୍ଧ୍ୱର୍ ହୋଇଥିବା ଜଣାପଡିଛି । ଘଟଣାରେ ୭ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଏଡିଜି ସୂଚନା ଦେଇଛନ୍ତି ।




admin 