ସାଙ୍ଗ ହୋଇ ବିଷ ପିଇଲେ ବୃଦ୍ଧ ଦମ୍ପତି, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ସାଙ୍ଗ ହୋଇ ବିଷ ପିଇଲେ ବୃଦ୍ଧ ଦମ୍ପତି, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ସାଙ୍ଗ ହୋଇ ବିଷ ପିଇଲେ ବୃଦ୍ଧ ଦମ୍ପତି, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ତଥା ରରୁଅାଁ ବ୍ଲକ ଭଞ୍ଜକିଆ ବଜାରରୁ ୩ କିମି ଦୂର ବିଶିଦା ଗ୍ରାମର ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୁଅ ବୋହୂଙ୍କ ନିର୍ଯାତନା ଅସହ୍ୟ ହେବାରୁ ଏକ ବୃଦ୍ଧ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ବୃଦ୍ଧା ପତ୍ନୀଙ୍କ ମୃତୁ୍ୟ ଘଟିଥିବା ବେଳେ ବୃଦ୍ଧ ସ୍ୱାମୀ ମୃତୁ୍ୟ ସହ ସଂଗ୍ରାମ କରିଛନ୍ତି । ସୂଚନା ଅନୁଯାୟୀ ବିଶିଦା ଗ୍ରାମର ୮୦ ବର୍ଷୀୟ ଅଙ୍କୁର ବେହେରା ଓ ପତ୍ନୀ ଭାନୁମତୀ ମଧ୍ୟାହ୍ନରେ ଘରେ କେହି ନଥିବା ବେଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବିଲ କାମକୁ ଯାଇଥିବା ବୋହୂ ଘରକୁ ଫେରି ଦେଖିବା ବେଳକୁ ଶାଶୂ, ଶ୍ୱଶୁର ବିଷଜ୍ୱାଳାରେ ତଳେ ପଡ଼ି ଛଟପଟ ହେଉଛନ୍ତି । ସେ ସଙ୍ଗେ ସଙ୍ଗେ ବିଲରେ କାମ କରୁଥିବା ସ୍ୱାମୀ ରାଜୀବଙ୍କୁ ଡାକିଥିଲେ । ପୁଅ ବୋହୂ ଓ ଗ୍ରାମବାସୀ ମିଶି ବୃଦ୍ଧି ଦମ୍ପତିଙ୍କୁ ଏକ ଅଟୋରେ ପ୍ରଥମେ ଭଞ୍ଜକିଆ ଡାକ୍ତରଖାନାରେ ପହଞ୍ଚାଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଯଶିପୁର ଡାକ୍ତରଖାନା ଓ ପରେ ପରେ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପହଞ୍ଚିବାର ଅଳ୍ପ ସମୟ ଭିତରେ ଭାନୁମତୀଙ୍କ ମୃତୁ୍ୟ ଘଟିଥିଲା । ଅଙ୍କୁରଙ୍କ ସ୍ଥିତି ସଙ୍କଟାପନ୍ନ ଅଛି । ଖବର ପାଇ ପୁଲିସ ଘଟଣାରତଦନ୍ତ କରୁଛି ।