ସହରାଞ୍ଚଳ ଗରିବଙ୍କୁ ମିଳିବ କାମଧନ୍ଦା, ମନରେଗା ଭଳି ଆସୁଛି ‘ମୁକ୍ତା’

ସହରାଞ୍ଚଳ ଗରିବଙ୍କୁ ମିଳିବ କାମଧନ୍ଦା, ମନରେଗା ଭଳି ଆସୁଛି ‘ମୁକ୍ତା’

ସହରାଞ୍ଚଳ ଗରିବଙ୍କୁ ମିଳିବ କାମଧନ୍ଦା, ମନରେଗା ଭଳି ଆସୁଛି ‘ମୁକ୍ତା’
ଭୁବନେଶ୍ୱର: କରୋନା ଯନ୍ତାରୁ ମୁକ୍ତିର ବାଟ ଫିଟୁଛି । ଜୀବନ ଏବେ ଅପେକ୍ଷାକୃତ ଭାବେ ସ୍ୱାଭାବିକ ହେଉଥିଲା ବେଳେ ଗରିବଙ୍କୁ କାମଧନ୍ଦା ଯୋଗାଇବାକୁ ଅଣ୍ଟା ଭିଡିଛନ୍ତି ସରକାର । ଗ୍ରାମାଞ୍ଚଳର ଗରିବଙ୍କ ମନରେଗାରେ ଯେପରି କାମଧନ୍ଦା ମିଳୁଛିଳ ସହରାଞ୍ଚଳ ଗରିବଙ୍କୁ ସେହିଭଳି ମିଳିବ କାମ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ କର୍ମ ତପôରତା ଅଭିଯାନ (ମୁକ୍ତା) । ଏଥିପାଇଁ ନଗର ଉନ୍ନୟନ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛି । ଖୁବଶୀଘ୍ର ସରକାର ଏ ସମ୍ପର୍କରେ ଘୋଷଣା କରିବେ । ଆସନ୍ତା ଆର୍ଥିକ ବର୍ଷରେ ଏଥିପାଇଁ ୧୩୦ କୋଟିର ପାଣ୍ଠି ଖର୍ଚ୍ଚ ହେବ । ସହରାଞ୍ଚଳରେ ବହୁ ସଂଖ୍ୟାରେ ଲୋକ ଜୀବିକା ହରାଇଛନ୍ତି । ସେମାନଙ୍କ ପରିବାର ହା ହୁତାଶ ମଧ୍ୟରେ ଦିନ କାଟୁଛନ୍ତି । ସେମାନଙ୍କ ହାତକୁ କାମଧନ୍ଦା ଜରୁରୀ । ଏହାକୁ ଦୃଷ୍ଟିରୁ ରଖି ରାଜ୍ୟ ସରକାର ମଜୁରିଭିତ୍ତିକ ଯୋଜନା ‘ମୁକ୍ତା’ ଆରମ୍ଭ କରିବାକୁ ଯାଇଛନ୍ତି । ଏହି ଯୋଜନା ସମସ୍ତ ୧୧୪ ମହାନଗର ନିଗମ ଓ ପୌରାଞ୍ଚଳରେ କାର୍ଯ୍ୟକାରୀ ହେବ ।