ସଲ୍‌ମାନଙ୍କୁ କୋର୍ଟ ସମନ

ସଲ୍‌ମାନଙ୍କୁ କୋର୍ଟ ସମନ

ସଲ୍‌ମାନଙ୍କୁ କୋର୍ଟ ସମନ

ମୁମ୍ବାଇ: ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଏବେ ସଲମାନଙ୍କୁ ମହଙ୍ଗା ପଡିଛି।  ଚାରି ବର୍ଷ ପୂର୍ବେ ସଲମାନ ଖାନ ଏବଂ ତାଙ୍କ ବଡିଗାର୍ଡଙ୍କ ବିରୋଧରେ ଜଣେ ସାମ୍ବାଦିକ ଅଭିଯୋଗ କରିଥିଲେ। ପ୍ରଥମେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ଓ ପରେ ଧମକ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସମାନ ପ୍ରସଙ୍ଗରେ ମୁମ୍ବାଇର ଆନ୍ଧେରି ମାଜିଷ୍ଟ୍ରେଟ କୋର୍ଟ ବର୍ତ୍ତମାନ ସଲମାନ ଖାନଙ୍କ ବିରୋଧରେ ସମନ ପଠାଇଛନ୍ତି। ଡାକରା ଅନୁଯାୟୀ ସଲମାନ ଖାନ ଆସନ୍ତା ୫ ଏପ୍ରିଲରେ କୋର୍ଟରେ ହାଜର ହେବେ।

ରିପୋର୍ଟ ଅନୁଯାୟୀ, ୨୦୧୯ରେ ସାମ୍ବାଦିକ ଅଶୋକ ପାଣ୍ଡେ ସଲମାନ ଖାନ୍ ଓ ତାଙ୍କ ବଡିଗାର୍ହଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୋଗ ମୁତାବକ, ୨୦୧୯ ମସିହାରେ ଅଶୋକ ପାଣ୍ଡେ ତାଙ୍କ କ୍ୟାମେରାମ୍ୟାନଙ୍କ ସହ କୌଣସି ସ୍ଥାନକୁ ଯାଉଥିଲେ। ଏତିକି ବେଳେ ସଲମାନ ଖାନ ସାଇକେଲ ଚଳାଉଥିବାର ଦେଖିଥିଲେ। ଅଭିନେତାଙ୍କ ଉଭୟ ବଡିଗାର୍ଡଙ୍କ ଠାରୁ ଅନୁମତି ନେବା ପରେ ଅଶୋକ ତାଙ୍କ ଭିଡିଓ ରେକର୍ଡିଂ ଆରମ୍ଭ କରିଥିଲେ।

ସଲମାନ ଏ ବିଷୟରେ ଜାଣିବା ମାତ୍ରେ ଏହାକୁ ବିରୋଧ କରିଥିଲେ। ଏହା ପରେ ସଲମାନ ଖାନଙ୍କ ବଡିଗାର୍ଡ ମଧ୍ୟ ତାଙ୍କ ଉପରେ ହାତ ଉଠାଇଥିଲେ। କେବଳ ଏତିକି ନୁହେଁ, ସଲମାନ ମଧ୍ୟ ତାଙ୍କୁ ମାର୍ ପିଟ୍ କରିବା ସହ ତଙ୍କୁ ଫୋନ ଯୋଗେ ଧମକ ଦେଇଥିବା ଅଶୋକ ତାଙ୍କ ଅଭିଯୋଗରେ ସ୍ପଷ୍ଟ କରିଛନ୍ତି। ୪ ବର୍ଷ ପୁରୁଣା ଏହି ମାମଲାରେ ଏବେ ମୁମ୍ବାଇ ସ୍ଥିତ ଅନ୍ଧେରି ମାଜିଷ୍ଟ୍ରେଟ୍ କୋର୍ଟ ସଲମାନ ଖାନ୍ ଓ ତାଙ୍କ ବଡିଗାର୍ଡଙ୍କୁ ସମନ ପଠାଇଛନ୍ତି।