ସର୍ଟ ସର୍କିଟ: ୩ ଶ୍ରମିକ ଆହତ

ସର୍ଟ ସର୍କିଟ: ୩ ଶ୍ରମିକ ଆହତ

ସର୍ଟ ସର୍କିଟ: ୩ ଶ୍ରମିକ ଆହତ
ଧାମରା: ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଥିବା ଏକ ସାର ଗୋଦାମରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ୩ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଦୁଇ ଶ୍ରମିକଙ୍କ ହାତ ପୋଡି ଯାଇଛି । ଅନ୍ୟପକ୍ଷରେ ଧାମରାରେ ଚିକିତ୍ସାଧୀନ ଥିବା ଶ୍ରମିକ ଅବସ୍ଥା ଅବସ୍ଥା ସଙ୍କଟାପନ୍ନ ରହିଛି। ସର୍ଟ ସର୍କିଟରେ ଆହତ ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ବିହାର ରାଜ୍ୟରେ ବୋଲି ଜଣାପଡିଛି। କଟକ ସ୍ଥାନାନ୍ତରିତ ହୋଇଥିବା ଦୁଇ ଜଣ ଆହତ ଶ୍ରମିକଙ୍କ ନାମ ହେଲା ରାଜାରାମ(୨୮) ଏବଂ ଜୟିରାମ(୩୦)। ସେହିପରି ଧାମରାରେ ଚିକିତ୍ସିତ ହେଉଥିବା ଶ୍ରମିକର ନାମ ବୁଲବୁଲ। ଧାମରା ବନ୍ଦରରେ ବିଦ୍ୟୁତ ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ଭାରତୀୟ ମଜଦୁର ସଂଘ ପକ୍ଷରୁ ଦାବି ହୋଇଛି।