ସରକାରୀ କର୍ମଚାରୀଙ୍କ ଭିତରେ ସାଧୁତା ଜରୁରୀ

ସରକାରୀ କର୍ମଚାରୀଙ୍କୁ ସାଧୁତା ଆପଣାଇବାର ଆବଶ୍ୟକତା ରହିଛି । ସେମାନଙ୍କ ନିକଟକୁ ଆସୁଥିବା ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ଯଥା ସମ୍ଭବ ସେମାନଙ୍କ କାର୍ଯ୍ୟ ସମାପନ କରିବାକୁ ଆହ୍ବାନ ଦେଇଛନ୍ତି କଟକ ଜିଲ୍ଲାର ଭାରପ୍ରାପ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ। ଗୋଟିଏ ସୁସ୍ଥ ସମାଜ ଓ ସୁସ୍ଥ ଶାସନ ବ୍ୟବସ୍ଥାକୁ ଗଠନ କରିବା ପାଇଁ ଏହା ବେଶ ସହାୟକ ହେବ ବୋଲି ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହି ଥିଲେ । ଦୁର୍ନୀତି ବିରୋଧରେ ସମସ୍ତଙ୍କୁ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି । ଚୁପ୍ ରହିଲେ ଏହା ଅଧିକ ମାତ୍ରାରେ ବଢିଯିବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସିଏମସି ମେୟର, ଶିକ୍ଷାବିତ୍, ଭିଜିଲାନ୍ସ ଅଧିକାରୀ ଆଦି ଯୋଗ ଦେଇଥିଲେ।