ସମୀର ୱାଙ୍ଖେଡ଼ଙ୍କ ବିରୋଧରେ ଏନ୍ସିବି ବିଭାଗୀୟ ତଦନ୍ତ ଆରମ୍ଭ
ସମୀର ୱାଙ୍ଖେଡ଼ଙ୍କ ବିରୋଧରେ ଏନ୍ସିବି ବିଭାଗୀୟ ତଦନ୍ତ ଆରମ୍ଭ
ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ବିରୋଧରେ ଏନ୍ସିବିର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏନ୍ସିବି ଭିଜିଲାନ୍ସ ଟିମ୍ ଏହି ତଦନ୍ତ ଆରମ୍ଭ କରିଛି। ତଦନ୍ତର ସମ୍ମୁଖୀନ ହେବାକୁ ସମୀର ଦିଲ୍ଲୀରେ ପହଞ୍ଚଛନ୍ତି। ତେବେ ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ସେ ତାଙ୍କ ସଫେଇରେ କହିଛନ୍ତି। ମୁମ୍ବାଇ ଡ୍ରଗ୍ସ ମାମଲାର ତଦନ୍ତ ଆରମ୍ଭ କରିବା ପରଠାରୁ ତାଙ୍କ ପ୍ରତି ଏହି ବିବଦ ଆସିଛି। କିଛି ଲୋକ ତାଙ୍କୁ ବଦନାମ କରିବାକୁ ଟାର୍ଗେଟ୍ କରିଛନ୍ତି ବୋଲି ସେ କହିଛନ୍ତି। ସବୁ ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତିତାଙ୍କୁ ମିଥ୍ୟା ମାମଲାରେ ଓ ପ୍ରତିଶୋଧ ପାଇଁ ଗିରଫ କରାଯାଇ ପାରେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କୁ କିଛି ବିଶିଷ୍ଟ ବ୍ୟକ୍ତି ଜେଲ ଓ ଚାକିରିରୁ ବରଖାସ୍ତ କରିବାକୁ ଧମକ ମଧ୍ୟ ଦେଇଥିବା ସମୀର କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ମୁମ୍ବାଇ ପୁଲିସ୍ ଠାରୁ ଆଇନଗତ ସୁରକ୍ଷା ଲୋଡ଼ିଛନ୍ତି। ଏନେଇ ସେ ମୁମ୍ବାଇ ପୁଲିସ୍ ମୁଖ୍ୟଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଛନ୍ତି। ସମୀର ୱାଙ୍ଖେଡେ ବର୍ତ୍ତମାନ ବଲିଉଡ୍ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଛନ୍ତି। ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟ୍ୟନ ମଧ୍ୟ ଗିରଫ ହୋଇଛନ୍ତି। ତେବେ ଆର୍ୟ୍ୟନଙ୍କୁ ଛାଡ଼ିବା ପାଇଁ ୧୮ କୋଟି ଟଙ୍କାର ଡିଲ୍ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଏନସିବି ପ୍ରଶ୍ନ ଘେରରେ ଥିବା ବେଳେ ସମୀର ସୁରକ୍ଷା ପାଇଁ ଚିଠି ଲେଖିଛନ୍ତି।
ସେହିପରି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମାଲିକ ମଧ୍ୟ ନିକଟରେ ସୀମରଙ୍କ ଚାକିରି ବର୍ଷକ ମଧ୍ୟରେ ଚାଲିଯିବ ବୋଲି ଚେତାବାନୀ ଦେଇଥିଲେ। ସମୀର ମହାରାଷ୍ଟ୍ରକୁ ବଦନାମ ଓ ସେଲେବ୍ରିଟିଙ୍କୁ ହଇରାଣ କରିବା ପାଇଁ ଡ୍ରଗ୍ସ ଲିଙ୍କର ଭେଳିକି ଦେଖାଉଥିବା ମାଲିକ ମଧ୍ୟ କହିଥିଲେ।




admin 