ସବୁ ବାର୍ ଆସୋସିଏସନକୁ ନୋଟିସ୍

ସବୁ ବାର୍ ଆସୋସିଏସନକୁ ନୋଟିସ୍

ସବୁ ବାର୍  ଆସୋସିଏସନକୁ ନୋଟିସ୍
ଭୁବନେଶ୍ୱର: ବିଭିନ୍ନ ବାର୍ ଆସୋସିଏସନର କାର୍ଯ୍ୟବନ୍ଦ ଆନେ୍ଦାଳନ ପ୍ରସଙ୍ଗ । ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ହାଇକୋର୍ଟର ୧୪ ଜଣିଆ ଫୁଲ୍ ବେଂଚର ନୋଟିସ୍ । ଆସନ୍ତା ୨୧ ତାରିଖ ସୁଦ୍ଧା ଜବାବ ପାଇଁ ନୋଟିସ୍ କରାଯାଇଛି । ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ୍ ସଚିବଙ୍କୁ ନୋଟିସ୍ ଜାରି କରାଯାଇଛି । ଉଭୟ ଜାତୀୟ ଓ ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷଙ୍କୁ ନୋଟିସ୍ କରାଯାଇଛି । ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଓ ସଂପାଦକଙ୍କୁ ବି ନୋଟିସ୍ । ଆନେ୍ଦାଳନରତ ସମସ୍ତ ବାର୍ ଆସୋସିଏସନକୁ ମଧ୍ୟ ନୋଟିସ୍ କରାଯାଇଛି । ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଦାଏର ମାମଲା ଉପରେ ନୋଟିସ ଜାରି । ଓକିଲଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଯୋଗୁଁ ବିଚାର ପ୍ରକି୍ରୟା ବାଧାପ୍ରାପ୍ତ ଅଭିଯୋଗ ହୋଇଛି । ପ୍ରଥମ ଥର ପାଇଁ ହାଇକୋର୍ଟର ଫୁଲ୍ ବେଂଚ ବିଚାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।