ସଂସଦରେ ଜାରି ହେବ ଆର୍ଥିକ ସର୍ଭେକ୍ଷଣ

ସଂସଦରେ ଜାରି ହେବ ଆର୍ଥିକ ସର୍ଭେକ୍ଷଣ

ସଂସଦରେ ଜାରି ହେବ ଆର୍ଥିକ ସର୍ଭେକ୍ଷଣ

ନୂଆଦିଲ୍ଲୀ: ଫେବୃଆରୀ ୧ ତାରିଖରେ ୨୦୨୨-୨୩ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ । ଏହା ପୂର୍ବରୁ ସଂସଦରେ ଆଜି ଆର୍ଥିକ ସର୍ଭେ ୨୦୨୧-୨୨ ପାଇଁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବ । ସଂସଦର ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୧-୨୨ ଆର୍ଥିକ ସମୀକ୍ଷା ଲୋକସଭାରେ ଉପସ୍ଥାପନ କରିବେ । 

ସୂଚନାଯୋଗ୍ୟ, ଅର୍ଥବ୍ୟବସ୍ଥାର ସ୍ଥିତି ସଂପର୍କରେ ଓ ନୀତିଗତ କେନ୍ଦ୍ରୀୟ ବଜେଟ ପୂର୍ବରୁ ସାଂସଦରେ ଆର୍ଥିକ ସମୀକ୍ଷା ଉପସ୍ଥାପନ କରାଯାଇଥାଏ । ଅତି ସହଜରେ ଜାଣିବା ଯଦି ଆର୍ଥିକ ସର୍ଭେ ଦେଶର ଅର୍ଥବ୍ୟବସ୍ଥା ଉପରେ ପର୍ୟ୍ୟବେସିତ । ସରକାର ଏହାକୁ କାଗଜପତ୍ର ଜାରିଆରେ ଦେଶର ଅର୍ଥିକ ସ୍ଥିତି କିପରି ରହିଛି, ସରକାରଙ୍କ ଯୋଜନା କେତେ ଦ୍ରୁତଗତିରେ ଆଗକୁ ବଢ଼ିଛି, ପୂରା ଆର୍ଥିକ ବର୍ଷରେ ବିକାଶର ଦର କ’ଣ ରହିଲା, କେଉଁ କ୍ଷେତ୍ରରେ କେତେ ଖର୍ଚ୍ଚ ହେଲା, ଯୋଜାନକୁ କିଭଳି ପ୍ରଭାବଶାଳୀ କରା ଯାଇଥିଲା, ଏବସବୁ ବିବରଣୀ ପ୍ରଦାନ କରିଥାନ୍ତି । ଏଥିରେ ସରକାରଙ୍କ ନୀତି ସଂପର୍କିତ ସୂଚନା ମିଳିଥାଏ । ବଜେଟ ପୂର୍ବ ଆର୍ଥିକ ସମୀକ୍ଷାରେ ଯେଉଁ ଜିନିଷ ପ୍ରତି ଚର୍ଚ୍ଚା ହୋଇଥାଏ, ଏଥିରୁ ଆଗାମୀ ବର୍ଷର ଜିଡିପି ଉପରେ ଅନୁମାନ କରିବା ଅନ୍ୟତମ ପ୍ରସଙ୍ଗ ।