ସଂଘମିତ୍ରା ଦଳେଇ ବ୍ରହ୍ମପୁର ମେୟର ନିର୍ବାଚିତ

ସଂଘମିତ୍ରା ଦଳେଇ ବ୍ରହ୍ମପୁର ମେୟର ନିର୍ବାଚିତ

ସଂଘମିତ୍ରା ଦଳେଇ ବ୍ରହ୍ମପୁର ମେୟର ନିର୍ବାଚିତ

ଭୁବନେଶ୍ୱର : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ମହିଳା ମେୟର ହେବାର ସୌଭାଗ୍ୟ ଲାଭ କରିଛନ୍ତି ସଂଘମିତ୍ରା ଦଳେଇ  । ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା ସଂଘମିତ୍ରା ୬୫୮୪୫ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥିନୀ ସବିତା ସୁଆରଙ୍କୁ ୪୫୬୪୫ ଖଣ୍ଡ ଭୋଟ ମିଳିଛି  । ଫଳରେ ସଂଘମିତ୍ରା ୨୦ ହଜାର ୨୩୬ ଖଣ୍ଡ ଭୋଟରେ ତାଙ୍କୁ ପରାସ୍ତ କରି ବାଜିମାତ କରିଛନ୍ତି  । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥିନୀ ମଞ୍ଜୁ ରଥଙ୍କୁ ମାତ୍ର ୬୭୨୯ ଖଣ୍ଡ ଭୋଟ ମିଳିଛି  ।

ସୂଚନାଯୋଗ୍ୟଯେ, ବ୍ରହ୍ମପୁରରେ ବିଜୁ ଜନତା ଦଳ ଏକପାଖିଆ ବିଜୟ ହାସଲ କରିବାରେ ସମର୍ଥ ହୋଇଛି  । ମିଳିଥିବା ସୂଚନା ଅନୁଯାୟୀ, ବିଜେଡ଼ି ୩୦, ବିଜେପି ୭, କଂଗ୍ରେସ ୧ ଓ ସ୍ୱାଧୀନ ପ୍ରାର୍ଥୀମାନେ ୪ଟି ଆସନରେ ଜିତିଛନ୍ତି  ।  

ବିଜୟୀ ହେବା ପରେ ସଂଘମିତ୍ରା କହିଛନ୍ତିଯେ, ବ୍ରହ୍ମପୁର ମହାନଗର ନିଗମର ବିକାଶକୁ ସେ ଆହୁରି ଆଗକୁ ନେବେ  । ବିଜେଡ଼ି ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ବ୍ରହ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ବ୍ରହ୍ମପୁରରେ ନୂଆ ଭିଜନରେ କାମ ହେବବୋଲି ସେ କହିଛନ୍ତି  । ତାଙ୍କ ବିଜୟର ଶ୍ରେୟ ସେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି  ।