ଶ୍ରୀମନ୍ଦିର ପରିକ୍ରମା ମାମଲା, କାମ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ନାହିଁ

ଶ୍ରୀମନ୍ଦିର ପରିକ୍ରମା ମାମଲା, କାମ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ନାହିଁ

ଶ୍ରୀମନ୍ଦିର ପରିକ୍ରମା ମାମଲା,  କାମ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ନାହିଁ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ନେଇ ସୁପ୍ରିମ୍‌ କୋର୍ଟରୁ ଆସିଛି ବଡ଼ ଖବର। ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି। ଅର୍ଥାତ୍ ପ୍ରକଳ୍ପ କାମ ବନ୍ଦ କରିବାକୁ ନେଇ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି । ପ୍ରକଳ୍ପ କାମ ବେଆଇନ ହୋଇଥିବାରୁ ନିର୍ମାଣ କାମ ବନ୍ଦ କରିବାକୁ ଆବେଦନ ହୋଇଥିଲା । ଏହା ଉପରେ ବିଚାରପତି ଜଷ୍ଟିସ ବି.ଆର ଗଭାଇ ଓ ଜଷ୍ଟିସ ହିମା କୋହଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ ।

ଏଥିରେ ଟେକ୍ନିକାଲ ସମସ୍ୟା ରହିଛି । ତେଣୁ ମାମଲାର ଶୁଣାଣି କରିପାରିବୁ ନାହିଁ ବୋଲି ଖଣ୍ଡପୀଠ କହିଥିଲେ । ଶୁଣାଣି କରିବାକୁ ହେଲେ ପ୍ରଧାନ ବିଚାରପତି ମାମଲାର ଆବଣ୍ଟନ ନକରିବା ପର୍ୟ୍ୟନ୍ତ ଶୁଣାଣି ସମ୍ଭବ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ବେଆଇନ ନିର୍ମାଣ ଏବଂ ମନ୍ଦିର ଚାରିପଟେ ଜବରଦଖଲକୁ ନେଇ ସୁପ୍ରିମକୋର୍ଟରେ ଦୁଇଟି ସ୍ୱତନ୍ତ୍ର ଲିଭ ପିଟିସନ ଦାୟର ହୋଇଥିଲା । ତ୍ୱରିତ ଶୁଣାଣି ଲାଗି ସୋମବାର ଖଣ୍ଡପୀଠ ରାଜି ହୋଇଥିଲେ । ହେଲେ ଏହି ମାମଲା ମଙ୍ଗଳବାର ଦିନ ତାଲିକାଭୁକ୍ତ ହୋଇନଥିଲା ।