ଶୋଇବା ପୂର୍ବରୁ କରନ୍ତୁ ଏହି କାମ, ଘରେ ବଢିବ ସୁଖ ସମୃଦ୍ଧି

ଶୋଇବା ପୂର୍ବରୁ କରନ୍ତୁ ଏହି କାମ, ଘରେ ବଢିବ ସୁଖ ସମୃଦ୍ଧି

ଶୋଇବା ପୂର୍ବରୁ କରନ୍ତୁ ଏହି କାମ, ଘରେ ବଢିବ ସୁଖ ସମୃଦ୍ଧି


ଭୁବନେଶ୍ୱର: ଆମ ଘରର ସବୁଠାରୁ ପ୍ରମୁଖ ହେଉଛି ରୋଷେଇ ଘର । ଏହାକୁ ନିତ୍ୟ ସଫାସୁତରା କରିବା ଅତ୍ୟାବଶ୍ୟକ ହୋଇଥାଏ । ଓଡ଼ିଆ ଲୋକଙ୍କ ବିଶ୍ୱାସ ଥାଏକି ଏଠାରେ ଲକ୍ଷ୍ମୀଙ୍କ ବସବାସ ଥାଏ । ମା’ଲକ୍ଷ୍ମୀଙ୍କ କୃପାପ୍ରାପ୍ତି ପାଇଁ ଶୋଇବା ପୂର୍ବରୁ କିଛି ଛୋଟ କାମ କରିବା ଆବଶ୍ୟକ । ଏସବୁ କାମ ଦ୍ୱାରା ଘରର ବାସ୍ତୁଦୋଷ ଦୂର ହେବା ସହିତ ଘରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ସକାରାତ୍ମକ ଶକ୍ତି ବୃଦ୍ଧି ହେବା ଦ୍ୱାରା ଘରେ ଧନ ଓ ସୁଖଶାନ୍ତି ବୃଦ୍ଧି ହୁଏ । 

- ଶୋଇବା ପୂର୍ବରୁ ନିତ୍ୟ ରୋଷେଇ ଘରକୁ ସଫା କରନ୍ତୁ । 

- ରୋଷେଇ ଘରେ ଗୋଟିଏ ବାଲଟିରେ ପାଣି ଭର୍ତ୍ତି କରି ରଖନ୍ତୁ । ଏହାଦ୍ୱାରା କରଜ ଓ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ । 

- ପ୍ରତିଦିନ ସନ୍ଧ୍ୟାରେ ଘରର ମୁଖ୍ୟଦ୍ୱାର ପାଖରେ ଦୀପ ରଖିବା ସହିତ ଲାଇଟ ମଧ୍ୟ ଜଳାଇ ଦିଅନ୍ତୁ । 

- ରାତି ଶୋଇବା ପୂର୍ବରୁ ଘରର ପୂଜା ସ୍ଥଳରେ ପରଦା ଢ଼ାଙ୍କି ଦିଅନ୍ତୁ । 

- ଶୟନ କକ୍ଷରେ ଧୂପ ଦିଅନ୍ତୁ । ଏହା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୁଏ । 

- ଶୋଇବାକୁ ଯିବା ପୂର୍ବରୁ ଘରର ଦକ୍ଷିଣ ଓ ପଶ୍ଚିମ ଦିଗରେ ଦୀପ କିମ୍ବା କୌଣସି କମ୍ ଆଲୋକଯୁକ୍ତ ବଲବ ଜାଳନ୍ତୁ । ଏହାଦ୍ୱାରା ପିତୃପୁରୁଷମାନଙ୍କର ମାର୍ଗ ପ୍ରଶସ୍ତ ହେବା ସହିତ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ବୃଦ୍ଧି ହୋଇଥାଏ ।