ଶୋଇବା ପରେ କାହିଁକି ବାରମ୍ବାର ନିଦ ଭାଙ୍ଗୁଥାଏ, ଜାଣିଛନ୍ତି କି

ଶୋଇବା ପରେ କାହିଁକି ବାରମ୍ବାର ନିଦ ଭାଙ୍ଗୁଥାଏ, ଜାଣିଛନ୍ତି କି

ଶୋଇବା ପରେ କାହିଁକି ବାରମ୍ବାର ନିଦ ଭାଙ୍ଗୁଥାଏ, ଜାଣିଛନ୍ତି କି

 

ନିଦରେ ଶୋଇବା ସମୟରେ, ଯେଉଁ ଝଟକା ଲାଗେ ତାକୁ ହାଇପାନିକ୍ ଜର୍କ କିମ୍ବା ଷ୍ଟାର୍ଟର ସ୍ଲିପ୍‌ ନାମରେ ଜଣାଯାଏ। ରାତିରେ ଶୋଇବା ସମୟରେ ପ୍ରାୟ 60 ରୁ 70 ପ୍ରତିଶତ ଲୋକ ଏପରି ଝଟକା ଅନୁଭବ କରନ୍ତି । ଝଟକା ପରେ ଅନେକ ଲୋକ ଏହା ବିଷୟରେ ଜାଣିପାରନ୍ତି ନାହିଁ କାରଣ ସେମାନେ ଶୋଇପଡ଼ିଥାନ୍ତି । ବୈଜ୍ଞାନିକ ମାନେ ବିଶ୍ୱାସ କରନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ଥକିଯାଏ କିମ୍ବା ଚିନ୍ତାରେ ରୁହେ ସେତେବେଳେ ଏହି କମ୍ପନ ଅନୁଭବ ହୁଏ ।ବେଳେବେଳେ ହାଇପନିକ୍ ଜର୍କର କାରଣ ମଧ୍ୟ କେଫିନ୍‌ର ଅଧିକ ସେବନ କରିବା ଦ୍ୱାରା ମଧ୍ୟ ହୋଇଥଇବ । ରାତିରେ ଶୋଇବା ପୂର୍ବରୁ ଓ୍ବାର୍କଆଉଟ୍‌ କରିବା ଦ୍ବାରା ହାଇପାନିକ୍‌ ଜର୍କ ଅନୁଭବ ହୋଇଥାଏ। ଏହାଛଡା ମାଂସପେଶୀ ଟାଣିହେବା କାରଣରୁ ଶୋଇବା ସମୟରେ ମଧ୍ୟ ଝଟକା ଅନୁଭବ ହୋଇଥାଏ। ଏମିତିବି ଝଟକା ଲାଗିବା ଏକ ସାଧାରଣ କଥା, କିନ୍ତୁ ଯଦି ଆପଣଙ୍କୁ ଝଟକା ଲାଗିବା ପରେ ମନ ଅସ୍ଥିର ରୁହେ ତେବେ ଏଭଳି ସ୍ଥିତିରେ ଡାକ୍ତରଙ୍କୁ ନିଶ୍ଚିତ ଭେଟିବା ଦରକାର।

ରାତିରେ ଶୋଇବା ପୂର୍ବରୁ କ’ଣ କ’ଣ କରିବେ ନାହିଁ ଓ କାହିଁକି କରିବେ ନାହିଁ ଆସନ୍ତୁ ଜାଣିବା ସେ ସଂପର୍କରେ।

ଚାହା ଓ କଫି-ସାଧାରଣତଃ କିଛି ଲୋକ ରାତିରେ ଶୋଇବା ପୂର୍ବରୁ କଫି କିମ୍ବା ଚା ପିଅନ୍ତି। କିନ୍ତୁ ଏହାକୁ ପିଇଲେ ରାତିରେ ବାରମ୍ବାର ପରିସ୍ରା ଲାଗେ। ତେଣୁ ରାତିରେ ଏଥିରୁ ଦୂରେଇ ରୁହନ୍ତୁ।

ବିଳମ୍ବ ରାତିରେ ଭୋଜନ କରିବା- ଠିକ୍‌ ସମୟରେ ରାତ୍ରୀ ଭୋଜନ କରିବା ଶରୀର ପ୍ରତି ଖୁବ୍‌ ହିତକର। ତେବେ ଅଧିକାଂଶ ଲୋକ ବିଳମ୍ବରେ ଖାଆନ୍ତି ଓ ଖାଇବା ମାତ୍ରେ ଶୋଇପଡ଼ନ୍ତି। ଏମିତି କରିବା ଦ୍ୱାରା ଗ୍ୟାସ ସହିତ ଜଡ଼ିତ ସମସ୍ୟା ଦେଖାଯାଏ। ଏଥିପାଇଁ ରାତିରେ ଖାଇବା ପରେ ଟିକେ ବୁଲାବୁଲି କରନ୍ତୁ।

ମିଠା ଠାରୁ ଦୂରରେ ରହନ୍ତୁ- ରାତିରେ ଖାଇ ସାରିବା ପରେ ଅନେକେ ମିଠା ଖାଇବାକୁ ପସନ୍ଦ କରନ୍ତି। ତେବେ ଏହା ଦେହ ପାଇଁ ଭଲ ନୁହେଁ। ଏହା ଦ୍ୱାରା ଓଜନ ବଢ଼ିବାର ସମ୍ଭାବନା ଅଧିକ। ତେଣୁ ରାତ୍ର ଭୋଜନ ପରେ ମିଠା ଠାରୁ ଦୂରେଇ ରହନ୍ତୁ।

ଶୋଇବା ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ- ରାତିରେ ଶୋଇବା ସମୟରେ ମୋବାଇଲରେ କଥା ହେବା ଓ ଚାଟ କରିବା ଅନେକଙ୍କର ଅଭ୍ୟାସ। ଏମିତିରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ମୋବାଇଲରେ ଚାଟ୍ ନ କଲେ ନିଦ ଆସେନି! କିନ୍ତୁ ଆଦୌ ଏପରି କରନ୍ତୁ ନାହିଁ। ଏଭଳି କଲେ ନିଦ ଆସେ ନାହିଁ।ସିଗାରେଟ୍ ଟାଣନ୍ତୁ ନାହିଁ- ଅନେକ ଲୋକ ଅଛନ୍ତି ଖାଇ ସାରିବା ପରେ ସିଗାରେଟ୍ ଟାଣନ୍ତି। କିନ୍ତୁ ଯଥାସମ୍ଭବ ଏହା କରନ୍ତୁ ନାହିଁ। ଏହା ଦ୍ୱାରା ରାତିରେ ଭଲ ନିଦ ହୁଏ ନାହିଁ।