ଶିମିଳିପାଳ ଅଞ୍ଚଳରେ ପୁଣି ବାଘ ଆତଙ୍କ : ଆଖପାଖ ଲୋକେ ଭୟଭୀତ

ଶିମିଳିପାଳ ଅଞ୍ଚଳରେ ପୁଣି ବାଘ ଆତଙ୍କ : ଆଖପାଖ ଲୋକେ ଭୟଭୀତ

ଶିମିଳିପାଳ ଅଞ୍ଚଳରେ ପୁଣି ବାଘ ଆତଙ୍କ :  ଆଖପାଖ ଲୋକେ ଭୟଭୀତ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ମହାବଳକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି । ତିନି ଦିନ ତଳେ ଉକ୍ତ ଅଞ୍ଚଳରେ ୪ଟି ଗୋରୁଙ୍କୁ ମହାବଳ ମାରିଥିବା ବେଳେ ୧୪ ତାରିଖରେ ଏକ ହାତୀ ଶାବକ ଶିକାର କରିଥିଲା । ଆଖପାଖ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ରହିଥିବା ବେଳେ ପୁଣି ଏକ ବଳଦକୁ ମହାବଳ ବାଘ ମାରି ଖାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ବିଶୋଇ ରେଞ୍ଜ ବିଦୁ ଭଣ୍ଡାର ପିଆରଏଫ ଦାନ୍ତୁଣି ଗ୍ରାମର ଜଣେ ବ୍ୟକ୍ତିଙ୍କ ବଳଦଟି ନ ଫେରିବାରୁ ତାକୁ ଖୋଜାଖୋଜି କରାଯାଇଥିଲା । ଏହି ସମୟରେ ଜଙ୍ଗଲ ମଧ୍ୟରେ ବଳଦଟିର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ ଲୋକେ । ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ତଥା ବିଶୋଇ ରେଞ୍ଜ କାର୍ଯ୍ୟାଳୟର କର୍ମଚାରୀମାନେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ଯାଞ୍ଚ କରିବା ସହ ବଳଦର ଶବ ବ୍ୟବଚ୍ଛେଦ କରିଥିଲେ ।