ଶିମିଳିପାଳରେ ନିୟନ୍ତ୍ରଣ ହୋଇପାରୁନି ନିଆଁ

ଶିମିଳିପାଳରେ ନିୟନ୍ତ୍ରଣ ହୋଇପାରୁନି ନିଆଁ

ଶିମିଳିପାଳରେ ନିୟନ୍ତ୍ରଣ ହୋଇପାରୁନି ନିଆଁ
କରଞ୍ଜିଆ: ଶିମିଳିପାଳରେ ଥମିବାର ନାଁ ଧରୁନି ବନାଗ୍ନି। ଦୀର୍ଘ ଦିନ ପରେ ବି ନିୟନ୍ତ୍ରଣ ହୋଇପାରୁନି ଜଙ୍ଗଲ ନିଆଁ। ଗତକାଲି ଶିମିଳିପାଳ ଦକ୍ଷିଣ ଜୋନରେ ୫୨ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଆଜି ଶିମିଳିପାଳ ଉତ୍ତର ଜୋନରେ ୧୦ଟି ସ୍ଥାନରେ ନିଆଁ ଲାଗିଛି। ଏନେଇ ସାଟେଲାଇଟ୍ ରିପୋର୍ଟରୁ ପ୍ରକାଶ ପାଇଛି। ସେପଟେ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ବନବିଭାଗ କର୍ମଚାରୀମାନଙ୍କ ଦ୍ୱାରା ନିଆଁ ଲିଭା କାର୍ୟ୍ୟ ଜାରି ରହିଛି । ତେବେ ବିଗତ ଦିନରେ କିଛି ଦିନ ଶିମିଳିପାଳ ଅଞ୍ଚଳରେ ବର୍ଷା ହୋଇଥିବାରୁ ନିଆଁ ଆୟତ୍ତକୁ ଆସିଥିବା ଦେଖିବାକୁ ମିଳିଥିଲା କିନ୍ତୁ ପୁଣିଥରେ ପ୍ରତ୍ୟେକ ଦିନ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଆଁ ଲାଗିବା କାରଣରୁ ବନବିଭାଗକୁ ଚିନ୍ତାରେ ପକାଇଦେଇଛି ।