ଶାଲିନୀ ପଣ୍ଡିତ୍‌ଙ୍କ ସୂଚନା, ରାଜ୍ୟରେ ପଜେଟିଭ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ୩୫ ଜଣଙ୍କଠାରେ ନାହିଁ କରୋନା ଲକ୍ଷଣ

ଶାଲିନୀ ପଣ୍ଡିତ୍‌ଙ୍କ ସୂଚନା, ରାଜ୍ୟରେ ପଜେଟିଭ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ୩୫ ଜଣଙ୍କଠାରେ ନାହିଁ କରୋନା ଲକ୍ଷଣ

କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ୍‌ ଆଜି ସୂଚନା ଦେଇଛନ୍ତି। ପୂର୍ବରୁ ଦୁଇଜଣ ଡିସ୍‌ଚାର୍ଜ ହୋଇଥିଲେ, ଏବେ ଆଉ ୧୦ ଡିସ୍‌ଚାର୍ଜ ହୋଇଛନ୍ତି। ବାକି ରହିଯାଇଥିବା ୩୭ଟି କେସ୍‌ରୁ ୩୫ରେ କୌଣସି ଲକ୍ଷଣ ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶିକା। କାଶ, ଥଣ୍ଡା, ଜ୍ବର, ଆଦି କୌଣସି ଲକ୍ଷଣ ୩୫ ଜଣଙ୍କଠାରେ ଆଉନନାହିଁ। ରାଜ୍ୟରେ ଚିହ୍ନଟ ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ପ୍ରତିଶତ ଲକ୍ଷଣହୀନ ବୋଲି କହିଛନ୍ତି ନିର୍ଦ୍ଦେଶିକା। କିଛି ଲକ୍ଷଣ ନଥିଲେ ବି ପଜିଟିଭ୍‌ ମିଳିଥିବାରୁ ଆମେ ତାଙ୍କୁ ହସ୍ପିଟାଲ ଆଣିଥିଲୁ। ସେମାନେ ସମେସ୍ତ କିଛି ଦିନ ମଧ୍ୟରେ ଡିସ୍‌ଚାର୍ଜ ହେବା ଆଶା କରିଛନ୍ତି ନିର୍ଦ୍ଦେଶିକା। ତେବେ ବିନା ଲକ୍ଷଣରେ ମଧ୍ୟ କାହା ଦେହରେ କରୋନା ଥାଇପାରେ। ସେଥିପାଇଁ ବିଭିନ୍ନ ପଞ୍ଚାୟତରେ ଶିବିର କରାଯାଇ ନମୁନା ନିଆଯାଉଛି। ବ୍ୟାପକ ଭାବେ ନମୁନା ନିଆଯାଇ କରୋନା ଟେଷ୍ଟ କରାଯାଇଛି। ଏବେ ଦୈନିକ 3ରୁ 4ଶହ ଟେଷ୍ଟ କରାଯାଉଛି, 10 ଦିନରେ ତିନି ଗୁଣ ବଢିବ। ଯେତେ ଅଧିକ ଟେଷ୍ଟ ହେବ, ସେତେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରିବେ। ତୁରନ୍ତୁ ଚିହ୍ନଟ ହେଲେ, ଆମେ କରୋନାକୁ କାବୁ କରିପାରିବୁ ବୋଲି କହିଛନ୍ତି ଶାଳିନୀ ପଣ୍ଡିତ୍‌।