ଶତ୍ରୁର କଡା ସାମ୍ନା କରିବ କହିଲା ପାକିସ୍ତାନ

ଶତ୍ରୁର କଡା ସାମ୍ନା କରିବ କହିଲା ପାକିସ୍ତାନ

ଶତ୍ରୁର କଡା ସାମ୍ନା କରିବ କହିଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ବିରୋଧରେ ପାକିିସ୍ତାନର ନବ ନିଯୁକ୍ତ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର  ଗର୍ଜିଛନ୍ତି । ସେ କହିଛନ୍ତି ଯେ, ଯଦି ଆମ ଦେଶ ଉପରେ ଆକ୍ରମଣ ହୁଏ ତେବେ ପାକିସ୍ତାନୀ ଶସସ୍ତ୍ର ବଳ ଦେଶର ଇଂଚ ଇଂଚ ମାଟିର ସୁରକ୍ଷା କରିବା ସହ ଶତ୍ରୁର କଡା ସାମ୍ନା କରିବ’  । ଶନିବାର ଏଲଓସିର ରଖଚିକର ସେକ୍ଟରରେ ସୀମବର୍ତ୍ତୀ ଇଲାକା ପରିଦର୍ଶନ କରିବା ବେଳେ ଏଭଳି ବୟାନ ଦେଇଛନ୍ତି  ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ନିକଟରେ ଭାରତ ସରକାର ଜମ୍ମୁ-କାଶ୍ମୀ ଓ ବେଲୁଚିସ୍ତାନକୁ ନେଇ ଅତି ବେପରୁଆ ମନ୍ତବ୍ୟ ଦେଉଛନ୍ତି  । କିନ୍ତୁ କହିରଖୁଛୁ, ପାକିସ୍ତାନ ସେନା ଆମ ମାତୃଭୂମିର ପ୍ରତି ଇଂଚ ମାଟିର ସୁରକ୍ଷା କରିବାକୁ ଶତ୍ରୁ ସହ ଲଢିବାକୁ ପ୍ରସ୍ତୁତ’  ।