ଲୋକାୟୁକ୍ତ ବ୍ୟବସ୍ଥାକୁ କରାଯିବ ମଜଭୁତ

ଲୋକାୟୁକ୍ତ ବ୍ୟବସ୍ଥାକୁ କରାଯିବ ମଜଭୁତ

ଲୋକାୟୁକ୍ତ ବ୍ୟବସ୍ଥାକୁ କରାଯିବ ମଜଭୁତ

ଭୁବନେଶ୍ବର : ଲୋକାୟୁକ୍ତ ବ୍ୟବସ୍ଥାକୁ ଅଧିକ ମଜଭୁତ୍ କରିବା ପାଇଁ ଓଡ଼ିଶା ଲୋକାୟୁକ୍ତ ଅଧିନିୟମ, ୨୦୧୪ରେ ଆବଶ୍ୟକ ସଂଶୋଧନ କରାଯିବ। ଏହି ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଲୋକାୟୁକ୍ତଙ୍କ ମାମଲାଗୁଡ଼ିକର ଠିକ୍ ପରିଚାଳନା ନିମନ୍ତେ ସରକାରୀ କର୍ମଚାରୀମାନେ ଲୋକାୟୁକ୍ତଙ୍କ ନୋଟିସ୍/ନିର୍ଦ୍ଦେଶକୁ ଉଚିତ ଭାବେ ପାଳନ କରିବା ଆବଶ୍ୟକ। ଲୋକାୟୁକ୍ତଙ୍କୁ ପ୍ରଭାବଶାଳୀ ଭାବେ କାର୍ୟ୍ୟ କରିବା ପାଇଁ ଏହାର କୌଣସି ପ୍ରକ୍ରିୟା, ଆଦେଶର ଇଚ୍ଛାକୃତ ଅବମାନନାକୁ ବିଭାଗୀୟ ଅସଦାଚରଣ ଭାବେ ଧରାଯିବ। ଲୋକାୟୁକ୍ତଙ୍କ ସୁପାରିସ୍ରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନିଆଯିବ। ସେହିପରି ଲୋକାୟୁକ୍ତଙ୍କ କର୍ତ୍ତୃତ୍ବକୁ ମଜଭୁତ୍ କରିବା ପାଇଁ କୋର୍ଟଙ୍କ ଅବମାନନା ଅଧିନିୟମ,୧୯୭୧ ଅଧୀନରେ ହାଇକୋର୍ଟଙ୍କ ଅବମାନନା କ୍ଷମତା ପରି ଏହାକୁ ଅବମାନନା ସ୍ଥଳେ ଦଣ୍ଡିତ କରାଯିବା କ୍ଷମତା ପ୍ରଦାନ କରାଯିବ।