ଜଟିଳ ହେଉଛି ଆସାମ ବନ୍ୟା ସ୍ଥିତି

ଜଟିଳ ହେଉଛି ଆସାମ ବନ୍ୟା ସ୍ଥିତି

ଜଟିଳ ହେଉଛି ଆସାମ ବନ୍ୟା ସ୍ଥିତି

ଗୌହାଟି: ଆସାମରେ ଆସିଥିବା ବନ୍ୟାକୁ ନେଇ ସ୍ଥିତି ଜଟିଳ ହେବାରେ ଲାଗିଛି । ଏବେ ଏହି ବନ୍ୟାରେ ପ୍ରାୟ ୨୭ ଜିଲାର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ଓ ୨୬ ଜିଲ୍ଲାର ୧୦୮୯ଟି ଗ୍ରାମ ବୁଡିଯାଇଛି । ୪୮ ହଜାରରୁ ଅଧିକ ଲୋକଙ୍କୁ ୨୪୮ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି  । ହୋଜାଇ ଓ କାଚର ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି  । ଭାରତୀୟ ସେନା ପକ୍ଷରୁ ହୋଜାଇ ଜିଲାରୁ ୨ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି  । ବନ୍ୟା ଯୋଗୁଁ ୮ଜଣ ନିଖୋଜ ହୋଇଯାଇଥିବାବେଳେ୫ ଜଣଙ୍କ ପତ୍ତା ମିଳୁନି । 

ବନ୍ୟା ଓ ଭୂସ୍ଖଳନ ଫଳରେ ବରାକ ଘାଟି ରାଜ୍ୟର ଅନ୍ୟ ଅଂଚଳଠାରୁ ବିଚ୍ଛିନ୍ନ ହୋଇଯିବା ପରେ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଂଚଳିକ କମ୍ପାନୀ ଫ୍ଲାଇୱିଙ୍ଗ ସହ ଏକ ବୁଝାମଣାରେ ସରକାର ହସ୍ତାକ୍ଷର କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ସୂଚନା ଦେଇଛନ୍ତି  । ଅନ୍ୟପଟେ ଗୌହାଟୀର ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୩ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।