ଲୋକସଭା ବାଚସ୍ପତିଙ୍କ ନାରେ ଜାଲିଆତି

ଲୋକସଭା ବାଚସ୍ପତିଙ୍କ ନାରେ ଜାଲିଆତି

ଲୋକସଭା ବାଚସ୍ପତିଙ୍କ ନାରେ ଜାଲିଆତି

କଟକ: ସିମ ଜାଲିଆତି ଘଟଣାରେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ଲୋକସଭା ବାଚସ୍ପତିଙ୍କ ନାଁକୁ ବ୍ୟବହାର କରିଥିଲେ ସାଇବର ଠକ । ଲୋକସଭା ବାଚସ୍ପତିଙ୍କ ନାଁରେ ତିଆରି ହୋଇଥିଲା ହ୍ବାଟ୍ସଆପ ଆକାଉଣ୍ଟ । ବାଚସ୍ପତି ଓମ ବିର୍ଲାଙ୍କ ନାଁରେ ତିଆରି ହୋଇଥିଲା ଜାଲ ଆକାଉଣ୍ଟ । ଓଡ଼ିଶା ସର୍କଲର ଏକ ବିଏସଏନଏଲ ସିମକୁ ବାଚସ୍ପତିଙ୍କ ହ୍ବାଟ୍ସଆପ ନମ୍ବର ଭାବେ ଦର୍ଶାଇଥିଲେ ଦୁର୍ବୃତ୍ତ । ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ। ରିମାଣ୍ଡ ପାଇଁ ଆଜି କୋର୍ଟରେ ହେବ ଆବେଦନ ।

ଗତକାଲି  କ୍ରାଇମବ୍ରାଞ୍ଚ ସିମ୍‌ ଜାଲିଆତି କାର୍‌ବାର ନେଇ ଏକ ରାକେଟ୍‌କୁ ଠାବ କରିଥିଲା । ଏହି ଗ୍ୟାଙ୍ଗକୁ ଠାବ କରିବା ପରେ ଏବେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ବାଚସ୍ପତି ଓମ ବିର୍ଲାଙ୍କ ନାଁକୁ ବ୍ୟବହାର କରିଥିଲେ ସାଇବର ଠକ । ବାଚସ୍ପତିଙ୍କ ନାଁରେ ତିଆରି କରିଥିଲେ ଜାଲ ଆକାଉଣ୍ଟ ।