ଲାଲୁ ଦୋଷୀ ସାବ୍ୟସ୍ତ, ୨୧ରେ ଦଣ୍ଡାଦେଶ

ଲାଲୁ ଦୋଷୀ ସାବ୍ୟସ୍ତ, ୨୧ରେ ଦଣ୍ଡାଦେଶ

ଲାଲୁ ଦୋଷୀ ସାବ୍ୟସ୍ତ, ୨୧ରେ ଦଣ୍ଡାଦେଶ

ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବ ସିବିଆଇର ସ୍ବତନ୍ତ୍ର କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ପୁଣିଥରେ ଜେଲ୍ ଯିବାକୁ ପଡ଼ିପାରେ।  ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଦୋରନ୍ଦା ଟ୍ରେଜେରୀରୁ ବେଆଇନ ଅର୍ଥ ଉଠାଣ ମାମଲାରେ ଦୋଷୀ ହୋଇଛନ୍ତି। ତେବେ ଲାଲୁଙ୍କୁ କେଉଁ ଦଣ୍ଡ ମିଳିବ? କେତେ ଦିନ ପାଇଁ ସେ ପୁଣି ଜେଲ୍ ଯିବେ ନା ମିଳିବ ବେଲ୍? ସେ ନେଇ କିଛି ଶୁଣାଣି ହୋଇନି । ଆସନ୍ତା ୨୧ ତାରିଖରେ କୋର୍ଟ ଦଣ୍ଡାଦେଶ ଶୁଣାଇବେ। ଲାଲୁଙ୍କ ସହ ଅନ୍ୟ ୭୫ ଜଣ ବି ଦୋଷୀ ସାବ୍ୟସ୍ତ ହୋଇଥିବା ସୂଚନା ମିଳିଛି। ତେବେ କାର୍ଟଙ୍କ ଏହି ରାୟ ଆସିବା ପରେ ଆର୍ଜେଡି କର୍ମକର୍ତ୍ତା ନିରାଶ ହୋଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥାକୁ ଦେଖି ଦଣ୍ଡାଦେଶ କୋହଳ କରିବାକୁ ଅନୁରୋଧ କରାଯାଇଛି।