ଲାଗୁନି ଲଗାମ, ପୁଣି ବଢ଼ିଲା ପେଟ୍ରୋଲ୍ ଦର
ଲାଗୁନି ଲଗାମ, ପୁଣି ବଢ଼ିଲା ପେଟ୍ରୋଲ୍ ଦର
ନୂଆଦିଲ୍ଲୀ: ପେଟ୍ରୋଲ୍, ଡିଜେଲ୍ ଦରରେ ଲାଗୁନି ଲଗାମ। ଦିନକୁ ଦିନ ହୁ ହୁ ହୋଇ ବଢୁଛି ତେଲ ଦର । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ୧୩ ଦିନ ଭିତରେ ୧୧ ଥର ପାଇଁ ତୈଳ ଦାମ୍ ମହଙ୍ଗା ହୋଇଛି । ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଛି ପେଟ୍ରୋଲ, ଡିଜେଲ ଦାମ୍ ।
ମୂଲ୍ୟ ବୃଦ୍ଧି ପରେ ଓଡିଶାରେ ପେଟ୍ରୋଲ ଦର ୧୧୦ ଟଙ୍କା ୭୬ପଇସା ଥିବା ବେଳେ ଡିଜେଲ ୧୦୦ ଟଙ୍କା ୫୧ ପଇସାରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଶନିବାର ୧୦୩ଟଙ୍କା ୪୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୪ଟଙ୍କା ୬୭ ପଇସା ଦରରେ ବିକ୍ରି ହେଉଛି ।
ସେପଟେ ମୁମ୍ବାଇରେ ପେଟ୍ରୋଲ ୮୪ ଓ ଡିଜେଲ ୮୫ ପଇସା ବଢିଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୧୮ଟଙ୍କା ୪୧ ପଇସା ଓ ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଛି । ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩ଟଙ୍କା ୦୩ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୭ଟଙ୍କା ୮୨ ପଇସା ଦରରେ ବିକ୍ରି ହେଉଛି । ଚେନ୍ନାଇରେ ୭୫ ପଇସା ଲେଖାଏଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ । ମୂଲ୍ୟ ବୃଦ୍ଧି ପରେ ଏଠାରେ ପେଟ୍ରୋଲ ଦର ଲିଟର ପିଛା ୧୦୮ ଟଙ୍କା ୯୬ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୯ଟଙ୍କା ୦୪ପଇସାରେ ବିକ୍ରି ହେଉଛି ।




admin 