ଲକ୍ଷପତି କରିଦେଲା ପିଜୁଳି ଚାଷ

ଲକ୍ଷପତି କରିଦେଲା ପିଜୁଳି ଚାଷ

ଲକ୍ଷପତି  କରିଦେଲା  ପିଜୁଳି ଚାଷ

ହରିୟାଣା  : ଚାକିରିଆ ଲୋକଟେ ଇଶ୍ୱର କୁମାର । ଘର , କାର୍ଯ୍ୟଳୟ ଦାୟିତ୍ୱରୁ ଫୁରସତ୍ ମିଳେନି । ଯେତେ କାମ କଲେ ବି ଆର୍ଥିକ ଅସୁବିଧା ତାଙ୍କର ଦୂର ହେଉ ନ ଥିଲା । ମନେ ମନେ ସ୍ଥିର କରୁଥିଲେ , ଚାକିରି ଛାଡ଼ି ବ୍ୟବସାୟ କରିବି । ହେଲେ ବେପାର ପାଇଁ ପର୍ଯ୍ୟାପ୍ତ ଟଙ୍କା ନାହିଁ । ଏମିତି ଚାଲୁଥିବା ଭିତରେ ଦିନେ କାର୍ଯ୍ୟାଳୟ ପାଖରେ ଆୟୋଜିତ ପ୍ରଦର୍ଶନୀ ଦେଖିବାକୁ ଗଲେ । ଦେଶ ବିଦେଶରୁ ଚାଷୀ ଭାଇ ମାନେ ସେଠି ଏକତ୍ର ହୋଇ ବିଭିନ୍ନ ପ୍ରକାର ଚାଷ , ଚାରା ବିଷୟରେ ସେମାନଙ୍କ ଅନୁଭୂତି ଓ ସଫଳତା ବଖାଣୁଥାନ୍ତି । ଇଶ୍ୱର ଜଣେ ଚାଷୀ ଙ୍କ ପାଖରୁ ପିଜୁଳି ଚାଷ ବିଷୟରେ ଶୁଣିଲେ । ଘରକୁ ଆସି ସ୍ଥିର କଲେ , ସେ ପିଜୁଳି ଚାଷ କଲେ କେମିତି ହୁଅନ୍ତା । କାରଣ ବେଶି ଟଙ୍କା ଆବଶ୍ୟକ ନ ଥିଲା ।

                 ହରିଆଣା ବାସିନ୍ଦା ହେଉଛନ୍ତି ଇଶ୍ୱର ,ତାଙ୍କ ବାପାଙ୍କର ୩ ଏକର ଜମି ଥିଲା । ନିଜ ସଂଚିତ ଧନରେ ସେଇ ମାଟିରେ ପିଜୁଳି ଚାଷ ଆରମ୍ଭ କଲେ । ପ୍ରଥମ ବର୍ଷ ସେ ଦେଢ ଲକ୍ଷ ଟଙ୍କା ଲାଭ କଲେ । ଧୀରେ ଧୀରେ ତାଙ୍କ ଅଭିଜ୍ଞତା ବଢିବା ସହ ସେ ଲାଭ ବି ଭଲ ଭାବେ କରୁଥାନ୍ତି । ତାଙ୍କ ବ୍ୟବସାୟ ଏବେ ଭାରତରେ ବଢି ବିଦେଶରେ ପହଂଚିଲାଣି ।