ରେଢ଼ାଖୋଲରେ ବିଧବାଙ୍କୁ ବୀଭତ୍ସ ହତ୍ୟା

ରେଢ଼ାଖୋଲରେ ବିଧବାଙ୍କୁ ବୀଭତ୍ସ ହତ୍ୟା

ରେଢ଼ାଖୋଲରେ ବିଧବାଙ୍କୁ ବୀଭତ୍ସ ହତ୍ୟା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଗ୍ରାମରେ ଜଣେ ମହିଳାଙ୍କୁ ରବିବାର ବିଳମ୍ବିତ ରାତିର ବୀଭତ୍ସ ଭାବେ ହତ୍ୟା କରାଯାଇଛି। ପ୍ରଥମେ ମହିଳାଙ୍କୁ ପନିକିରେ ଅକ୍ରମଣ କରାଯାଇଛି ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି। ମୃତ ମହିଳା ହେଲେ ବନିତା ମିର୍ଦ୍ଧା (୩୫)। ସେ ଘରେ ତାଙ୍କର ଏକମାତ୍ର ପୁଅ (୯ବର୍ଷ) ସହିତ ଏକା ରହୁଥିଲେ। ତାଙ୍କ ସ୍ବାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ତାଙ୍କର ଗୋଟିଏ ଝିଅ ଅଛନ୍ତି, ସେ ମାମୁଘରେ ରହି ପାଠ ପଢ଼ୁଛନ୍ତି। ମହିଳା ଜଣକ ଏକା ରହୁଥିଲେ। ସକାଳେ ଘଟଣା ଜଣାପଡ଼ିବା ପରେ ଗାଁ ଲୋକ ପୁଲିସକୁ ସୂଚନା ଦେଇଥିଲେ। ଖବରପାଇ ପୁଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ସେଥିରେ ୩ ନାବାଳକ ଥିବା ଜଣାପଡ଼ିଛି। ଅଟକଙ୍କ ମଧ୍ୟରେ ବାପା-ପୁଅ ଅଛନ୍ତି। ପୁଲିସ ଶବ ଜବତ କରିଛି। ତେବେ କେଉଁ କାରଣରୁ ତାଙ୍କୁ ଏପରି ବୀଭତ୍ସ ଭାବେ ହତ୍ୟା କରାଯାଇଛି ତାର ପ୍ରକୃତ କାରଣ ଜଣାପଡ଼ିନି।