ରୋଗୀ-ଡାକ୍ତର ପିଟାପିଟି
ରୋଗୀ-ଡାକ୍ତର ପିଟାପିଟି
ଧର୍ମଗଡ଼: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ରୋଗୀ ଡାକ୍ତରଙ୍କ ମଧ୍ୟରେ ରହିଛି ପବିତ୍ର ସଂପର୍କ । କିନ୍ତୁ ଆଜି ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହେବେ ।
ରୋଗି ଡାକ୍ତର ହାତାହାତି ହୋଇଛନ୍ତି । ଧର୍ମଗଡ ଡାକ୍ତରଖାନାରେ ବିଳମ୍ବିତ ରାତିରେ ରୋଗୀ-ଡାକ୍ତର ପିଟାପିଟି ହୋଇଛନ୍ତି । ଗତକାଲି ରାତିରେ ଚିକିସôାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ରୋଗୀ ଓ ଡାକ୍ତର ହାତାହାତି ହୋଇଥିଲେ । ପିଟାପିଟି ହେବା ସମୟର ଭିଡିଓ ଭାଇରାଲ ହୋଇଛି ।
ଏହାପରେ ଉଭୟ ଡାକ୍ତର ଓ ରୋଗୀ ଧର୍ମଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପଟେ ଡାକ୍ତରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ରୋଗୀଙ୍କ ସଂପର୍କୀୟମାନେ ରାସ୍ତାରୋକ କରିଥିବା ସୂଚନା ମିଳିଛି ।
ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ଚିକିସôାଳୟରେ ଏହି ଘଟଣା ଘଟିଛି । ଜଣେ ରୋଗୀ ପେଟରେ ଯନ୍ତ୍ରଣା ହେଉଥିବା ନେଇ ଉପଖଣ୍ଡ ଚିକିସôାଳୟକୁ ଆସିଥିଲେ । ହେଲେ ଡାକ୍ତର ଡିୟୁଟିରେ ନଥିବା ଯୋଗୁଁ ସେ ଡାକ୍ତର କୁଆଡେ ଗଲେ ବୋଲି ପଚରା ଉଚୁରା କରିଥିଲେ । ପରେ ମେଡ଼ିସିନ ଖାଇ ଡାକ୍ତରଖାନାରେ ବସିଥିଲେ ରୋଗୀ । ଏତିକି ବେଳେ ଡାକ୍ତର ତାଙ୍କ ଉପରକୁ ମାଡି ଆସିଥିଲେ । କାହିଁକି ହସ୍ପିଟାଲ ଭିତରେ ପାଟିତୁଣ୍ଡ କରୁଛ କହି ରୋଗୀଙ୍କୁ ଆକ୍ରମଣ କରିଥିଲେ, ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ବଢ଼ିଯାଇ ହାତାହାତି ଯାଏଁ କଥା ଯାଇଥିଲା ।
ଏପରିକି ଡାକ୍ତର ଜଣକ ରାଗିଯାଇ ରୋଗୀଙ୍କୁ ବାଡିରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତି ଉତ୍ତରରେ ରୋଗୀ ମଧ୍ୟ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ ।




admin 