ଆଜିଠାରୁ ବିଜେପିର ସତ୍ୟାଗ୍ରହ

ଆଜିଠାରୁ ବିଜେପିର ସତ୍ୟାଗ୍ରହ

ଆଜିଠାରୁ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ୱର : ସମସ୍ତ ସହରାଂଚଳରେ ସୋମବାର ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଉଛି  । ଚିଲିକା ବିଧାୟକଙ୍କ ଅମାନବୀୟ ଆଚରଣ ବିରୋଧରେ ବିଜେପି ପକ୍ଷରୁ ଏଭଳି ସତ୍ୟାଗ୍ରହ କରାଯାଉଛି  । ଏବେ ପୌର ନିର୍ବାଚନ ଥିବାରୁ ରାଜନୀତିକ ରୁଟି ସେକିବା ପାଇଁ ବିଜେପି ହୀନ ରାଜନୀତି କରୁଛି ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି  ।

ବିଜେପି ପକ୍ଷରୁ କୁହାଯାଇଛିଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଦ ପିଇ ବିଜେପି କର୍ମୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କଲେ  । ଏହି ଅମାନବୀୟ ଘଟଣା ଘଟିବାରୁ ୨୪ ଘଂଟା ବିତିଯାଇଥିଲେବି ମୁଖ୍ୟମନ୍ତ୍ରୀ ମୁହଁ ଖୋଲିନାହାନ୍ତି  । ନିର୍ବାଚନ ପରବର୍ତୀ ହିଂସାରେ ଶାସକ ବିଜେଡ଼ି ସକ୍ରିୟ ହୋଇ ବର୍ତମାନ ବିଜେପି କାର୍ୟ୍ୟକର୍ତାଙ୍କୁ ଆକ୍ରମଣ କରୁଛି  । ଗଣତନ୍ତ୍ରରେ ହିଂସାର ଆଦୌ ସ୍ଥାନ ନାହିଁ  । ଶାସକ ବିଜେଡ଼ିର ହିଂସାତ୍ମକ ଆଚରଣ ପ୍ରତିବାଦରେ ସୋମବାର ବିଜେପି କାର୍ୟ୍ୟକର୍ତାମାନେ ମୁହଁରେ କଳାପଟି ବାନ୍ଧି ରାଜ୍ୟର ସମସ୍ତ ସହରାଂଚଳରେ ସତ୍ୟାଗ୍ରହ କରିବେ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଗତକାଲି ପ୍ରକାଶ କରିଥିଲେ  ।