ରେଳବାଇ ଆଣିଲା ନୂତନ ସୁବିଧା : ଏଣିକି ଯେ କୌଣସି ସ୍ଥାନରୁ କରିହେବ ଅଭିଯୋଗ
ରେଳବାଇ ଆଣିଲା ନୂତନ ସୁବିଧା : ଏଣିକି ଯେ କୌଣସି ସ୍ଥାନରୁ କରିହେବ ଅଭିଯୋଗ
admin
Nov 11, 2020 - 05:31
Updated: Nov 11, 2020 - 05:31
ଭୁବନେଶ୍ୱର : ରେଳଯାତ୍ରୀଙ୍କ ସୁବିଧା ପାଇଁ ନୂତନ ବ୍ୟବସ୍ଥା ଆପଣେଇଛି ଭାରତୀୟ ରେଳବାଇ । ଏଣିକି ଯାତ୍ରା ସମୟରେ ଅସୁବିଧା ହେଲେ ଯେ କୌଣସି ସ୍ଥାନରୁ ଯାତ୍ରୀ ଅଭିଯୋଗ କରିପାରିବେ । ଏହି ଏଫଆଇଆରକୁ ଜିରୋ ଏଫଆଇଆର କୁହାଯିବ ଏବଂ ଏହା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ବିଷୟକୁ ଧ୍ୟାନରେ ରଖି ରେଳବାଇ ପକ୍ଷରୁ ଯାତ୍ରୀ ସୁରକ୍ଷା ପାଇଁ ଏହି ନୂତନ ପ୍ରକ୍ରିୟା ଅବଲମ୍ବନ କରାଯାଇଛି । ଆରପିଏଫ ଏବଂ ଜିଆରପି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମେଲ ଏବଂ ଏକ୍ସପ୍ରେସ ଟ୍ରେନର ସ୍ଲିପର କ୍ଲାସର ଏସ-୧ କୋଚର ବର୍ଥ ନମ୍ବର ୬୩କୁ ଜିଆରପି/ଆରପିଏଫ କର୍ମଚାରୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସେହିପରି ଶତାବ୍ଦୀ ଏକ୍ସପ୍ରେସର ସି-୪ ଏବଂ ରାଜଧାନୀ ଏକ୍ସପ୍ରେସର ପ୍ୟାଣ୍ଟ୍ରି କାରରେ ଗୋଟିଏ ବର୍ଥ ସୁରକ୍ଷିତ କରାଯାଇଛି ।
ଟ୍ରେନ ଏସକର୍ଟିଂ ଆରପିଏଫ/ଜିଆରପି କର୍ମଚାରୀଙ୍କୁ ଏହି ଏଫଆଇଆର ଫର୍ମ ଯୋଗାଇ ଦିଆଯାଇଛି । ଏହି ଫର୍ମ ଦ୍ୱାରା ଯାତ୍ରୀଙ୍କୁ ଏଫଆଇଆର ଦାଖଲ କରିବା ସହଜ ହେବ । ଏହା ଫଳରେ ଏଫଆଇଆର ପଞ୍ଜୀକରଣ ପାଇଁ ଯାତ୍ରୀଙ୍କୁ ଯାତ୍ରା ବାତିଲ କରିବାକୁ ପଡିବ ନାହିଁ । ପୂର୍ବତଟ ରେଳପଥ ପରିସୀମାରେ୧୦୦ ସ୍ୱତନ୍ତ୍ର ଟ୍ରେନ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏସ୍କର୍ଟିଂ ଅଥବା ପ୍ୟାଟ୍ରୋଲିଂ କରାଯିବ । ବିଭିନ୍ନ ଚୋରି କିମ୍ବା ଅନ୍ୟାନ୍ୟ ଅପରାଧିକ ଘଟଣାର ପଞ୍ଜୀକରଣ ପାଇଁ ଜିରୋ ଏଫଆଇଆର ସହଜସାଧ୍ୟ ପ୍ରକ୍ରିୟା ରହିବ ।