ରୂପି ସମସ୍ୟାର ପ୍ରତିକାର

ରୂପି ସମସ୍ୟାର ପ୍ରତିକାର

ରୂପି ସମସ୍ୟାର ପ୍ରତିକାର
ହରମୋନ ଅସନ୍ତୁଳନ, ମାନସିକ ଅବସାଦ, ଶିରୋବଳ୍କଳବା ସ୍କାଲପରେ ସଂକ୍ରମଣ ଓ ପୃଷ୍ଟିକର ଖାଦ୍ୟର ଅଭାବ ଆଦି ରୂପିର କାରଣ ହୋଇଥାଏ । କଣ୍ଡିସନ, ହେଆରସ୍ପ୍ରେ, ମୁଜ ଏବଂ ହେଆରଜେଲ ଆଦି ଅଧିକ ବ୍ୟବହାର କଲେ ମଧ୍ୟ ରୂପି ଅଧିକ ହୁଏ । ସେବୋରିସ ଡର୍ମାଟାଇଟିସ, ସ୍କାଲପ ସୋରାଇସିସ ଆଦି ଚର୍ମ ରୋଗ ମଧ୍ୟ ରୂପି କରାଏ । ରୁପିରୁ ରକ୍ଷା ପାଇବା ଲାଗି ପ୍ରତିଦିନ ମୁଣ୍ଡ ଧୁଅନ୍ତୁ । ପ୍ରତିଦିନ ସମ୍ଭବ ନହେଲେ ଦିନେ ଛାଡି ଦିନେ ମୁଣ୍ଡ ଧୁଅନ୍ତୁ । ନଛାଡିଲେ ଜିଙ୍କ ପାଇରିଥିଓନ କିଟୋକୋନଜୋଲଯୁକ୍ତ ଔଷଧୀୟ ସାମ୍ପୁ ବ୍ୟବହାର କରନ୍ତୁ । ଉଷୁମ ପାଣିରେ କେଶ ଧୁଅନ୍ତୁ ନାହିଁ । ପାଣିରେ ବାରମ୍ବାର ଧୋଇଲା ପରେ ବି ଯଦି ରୁପି ନଛାଡେ ସାଲିସାଇଲିକ ଏସିଡ ଥିବା ଲୋସନ ବୋଳି କିଛି ସମୟ ପରେ ଧୁଅନ୍ତୁ । ତେଲ ରୁପି ସମସ୍ୟା ବଢ଼ାଏ । ଉପଚାର ସତ୍ୱେ ରୁପି ନଛାଡିଲେ ବିଶେଷଜ୍ଞଙ୍କୁ ଦେଖାନ୍ତୁ ।