ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣିଲେ ଏକ ସ୍ୱତନ୍ତ୍ର ଆଇନ , ଜାଣନ୍ତୁ କାହିଁକି

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣିଲେ ଏକ ସ୍ୱତନ୍ତ୍ର ଆଇନ , ଜାଣନ୍ତୁ କାହିଁକି

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣିଲେ ଏକ ସ୍ୱତନ୍ତ୍ର ଆଇନ , ଜାଣନ୍ତୁ କାହିଁକି
ମସ୍କୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିକଟରେ ଦେଶର ଏମିତି ଏକ ସ୍ୱତନ୍ତ୍ର ଆଇନରେ ସ୍ୱାକ୍ଷର କରିଛନ୍ତି ଯାହା ତାଙ୍କୁ ୨୦୩୬ ମସିହା ଯାଏ ଶାସନରେ ରଖିପାରିବ ବୋଲି ଜଣାଯାଇଛି । ଆଗାମୀ ୨୦୨୪ ରେ ତାଙ୍କ ଚଳିତ ରାଷ୍ଟ୍ରପତିତ୍ୱ କାର୍ଯ୍ୟକାଳ ସରୁଥିବା ବେଳେ ଏହି ନୂତନ ଆଇନ ୬୮ ବର୍ଷୀୟ ପୁଟିନଙ୍କୁ ଆହୁରି ଦୁଇ ଥର ୬ ବର୍ଷିଆ କ୍ଷମତାରେ ବସାଇ ପାରିବ ବୋଲି ସ୍ପଷ୍ଟ ହୋଇଛି । ସମ୍ପ୍ରତି ଲଗାତାର ଦ୍ୱିତୀୟ ଥର ପାଇଁ ଓ ମୋଟ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ପଦବୀରେ ଥିବା ପୁଟିନଙ୍କୁ ୮୩ ବର୍ଷ ହେଲା ଯାଏ ସେ ଅନାୟାସରେ ରୁଷିଆ ରାଷ୍ଟ୍ରପତି ଆସନ ଭୋଗ କରିପାରିବେ ବୋଲି ଜଣାଯାଇଛି । ଗତବର୍ଷ ରୁଷିଆ ସମ୍ବିଧାନରେ ସଂଶୋଧନ ଅଣାଯାଇ ଏପରି ଆଇନ ପାରିତ ହୋଇଥିବା ବେଳେ ସମାଲୋଚକମାନେ ଏହାକୁ କ୍ଷମତା ଦାଖଲ ପାଇଁ ଏକ ସାମ୍ବିଧାନିକ ଆକ୍ରମଣ ଭାବେ ଅଭିହିତ କରିଛନ୍ତି ।