ରୁଷିଆ ବିରୋଧରେ ଲଢ଼ିବେ ଆମେରେକୀୟ

ରୁଷିଆ ବିରୋଧରେ ଲଢ଼ିବେ ଆମେରେକୀୟ

ରୁଷିଆ ବିରୋଧରେ ଲଢ଼ିବେ ଆମେରେକୀୟ

କ୍ୱିଭ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ।  ୟୁକ୍ରେନ୍‌ର ଏକାଧିକ ସହର ଧ୍ବଂସସ୍ତୂପରେ ପରିଣତ ହୋଇଯାଇଛି। ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ପଳାୟନ କରୁଛନ୍ତି।  ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ଚାଲିଥିବା ଏହି ଭୟଙ୍କର ଯୁଦ୍ଧ ୧୧ ଦିନରେ ପହଞ୍ଚିଥିଲେ ବି ଥମିବାର ନାଁ ଧରୁନି । ଦିନ ଯେତେ ବଢୁଛି, ଋଷିଆର ତାଣ୍ଡବ ୟୁକ୍ରେନ ଉପରେ ସେତେ ତୀବ୍ର ହେବାରେ  ଲାଗିଛି । ୟୁକ୍ରେନ ଉପରେ ଋଷିଆ କରୁଛି ମିଶାଇଲ ବର୍ଷା । ଜଳୁଛି ୟୁକ୍ରେନ ସହର, ଥରି ଉଠୁଛି ମାଟି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଋଷ ହାତମୁଠାକୁ ନେଉଛି । ତେବେ ୟୁକ୍ରେନବାସୀଙ୍କ ଲଢୁଆ ମନୋଭାବ ଋଷ ସୈନ୍ୟଙ୍କୁ ଅଡୁଆରେ ପକାଇଛି । 

ଏପରିସ୍ଥଳେ ରୁଷିଆ ସୈନ୍ୟଙ୍କ ବରୋଧରେ ଲଢିବା ପାଇଁ ୩ହଜାର ଆମେରିକାବାସୀ ଅଣ୍ଟା ଭିଡିଛନ୍ତି । ଏହି ଆମେରିକୀୟ ସ୍ୱେଚ୍ଛାସେବୀ ଋଷିଆ ବିରୋଧରେ ଆନ୍ତର୍ଜାତୀୟ ବାଟାଲିୟନରେ ଯୋଗଦେବାକୁ ପ୍ରସ୍ତୁତ ହେଉଛନ୍ତି । ସ୍ୱେଚ୍ଛାସେବୀମାନେ ୟୁକ୍ରେନର ଆହ୍ୱାନରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହଛନ୍ତି । 

ତେବେ ୟୁକ୍ରେନ ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ କହିଛନ୍ତି ଯେ, ରୁଷିଆ ବିରୋଧରେ ଲଢିବାକୁ ଚାହୁଁଥିବା ବ୍ୟକ୍ତିମାନେ ଏନେଇ ସେମାନଙ୍କ ଦେଶରେ ଥିବା ୟୁକ୍ରେନ ଦୂତାବାସରେ ଆବେଦନ କରିପାରିବେ ।