ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ବ୍ରିଜ୍
ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ବ୍ରିଜ୍
ବଲାଙ୍ଗିର: ବଲାଙ୍ଗିର-ଖୋର୍ଦ୍ଧା ରେଲୱେ ଲାଇନର ନିର୍ମାଣାଧୀନ ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ବୌଦ୍ଧ ଜିଲ୍ଲା ପୁରୁମୁଣ୍ଡା ଗାଁ ନିକଟରେ ନିର୍ମାଣାଧୀନ ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ନିମ୍ନମାନର କାମ ଯୋଗୁ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ଗାଁ ଲୋକଙ୍କ ଅଭିଯୋଗ କରିଛନ୍ତି।
ବହୁ ଚର୍ଚ୍ଚିତ, ରେଲୱେ ଲାଇନ୍ ହେଉଛି ବଲାଙ୍ଗିର-ଖୋର୍ଦ୍ଧା ରେଳପଥ। ବୌଦ୍ଧ ଜିଲ୍ଲାର ମନମୁଣ୍ଡା ପୁରୁଣାପାଣିଠାରୁ ଲୁଣିବାହାଲ ପର୍ୟ୍ୟନ୍ତ ଜୋରସୋରରେ ରେଳୱେ ଲାଇନ କାମ ଚାଲିଛି। ବିଭିନ୍ନ ଜାଗାରେ ନିର୍ମାଣ ହେଉଛି ରେଲୱେ ବ୍ରିଜ୍। କେନ୍ଦ୍ର ରେଳମନ୍ତ୍ରୀଙ୍କ ଫୋକସ୍ରେ ରହିଛି ଏହି ରେଳପଥ। ସମସ୍ତଙ୍କ ନଜରରେ ଏହି ରେଳପଥ ରହିଛି। ଏତେ ସବୁ ସତ୍ତ୍ୱେ ଏହି ରେଳପଥର ବ୍ରିଜ ନିର୍ମାଣ କାମରେ ଆସିଛି ଦୁର୍ନୀତି ଅଭିଯୋଗ। ନିମ୍ନମାନର କାମ ଯୋଗୁ ବ୍ରିଜ୍ ଭୁଶୁଡି ପଡିଥିବା ପୁରୁମୁମୁଣ୍ଡା ଗାଁ ଲୋକେ ଅଭିଯୋଗ କରିଛନ୍ତି। ବ୍ରିଜ୍ ନିକଟରେ ସ୍କୁଲକୁ ଯିବା ପାଇଁ ରାସ୍ତା ରହିଛି। ବ୍ରିଜ୍ ଭାଙ୍ଗି ଯିବାରୁ ସ୍କୁଲକୁ ଯିବା ପାଇଁ ମଧ୍ୟ ଅସୁବିଧା ହେଉଥିବାରୁ ଗାଁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।




admin 