ରୁଷିଆ ଉପରେ କଟକଣା ଯଥେଷ୍ଟ ନୁହେଁ: ଜେଲେନ୍‌ସ୍କି

ରୁଷିଆ ଉପରେ କଟକଣା ଯଥେଷ୍ଟ ନୁହେଁ: ଜେଲେନ୍‌ସ୍କି

ରୁଷିଆ ଉପରେ କଟକଣା ଯଥେଷ୍ଟ ନୁହେଁ: ଜେଲେନ୍‌ସ୍କି

ଡାଭୋସ୍ : ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ୩ ମାସ ପୂରିଥିବାବେଳେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ସୋମବାର ବିଶ୍ୱ ଅର୍ଥନୈତିକ ଫୋରମ୍ ମଞ୍ଚରେ ଭର୍ଚୁଆଲ ଉଦ୍ବୋଧନ ଦେଇଛନ୍ତି। ଜେଲେନ୍ସ୍କି କହିଛନ୍ତି, ଏବେ ରୁଷିଆ ଉପରେ ଲାଗିଥିବା କଟକଣା ଯଥେଷ୍ଟ ନୁହେଁ। ସର୍ବାଧିକ କଟକଣା ଲଗାଇ ରୁଷିଆ ଅର୍ଥନୀତିକୁ ଦୁର୍ବଳ କରାଯିବାର ଆବଶକ୍ୟତା ରହିଛି। ରୁଷିଆରୁ ତୈଳ ଆମଦାନୀ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍, ବୈଶ୍ୱିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରୁ ଏହାର ସମସ୍ତ ବ୍ୟାଙ୍କକୁ ହଟାଯିବା ସହ ଏହି ଦେଶ ସହ ସବୁ ପ୍ରକାର ବ୍ୟବସାୟ ବନ୍ଦ କରାଯିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ତାଙ୍କ ଦେଶକୁ ରୁଷିଆ ଆକ୍ରମଣରୁ ବଞ୍ଚାଇବାକୁ ସେ ଅଧିକରୁ ଅଧିକ ଯୁଦ୍ଧାସ୍ତ୍ର ମାଗିଛନ୍ତି। ନିଷ୍ଠୁର ଶକ୍ତି ବିଶ୍ୱକୁ ଶାସନ କରିବାକୁ ଦିଆଯାଇପାରିବ ନାହିଁ । ଏଥିପାଇଁ ଏକ ଚୁକ୍ତି ସୁନିଶ୍ଚିତ ହେବା ଜରୁରୀ ବୋଲି ଜେଲେନ୍ସ୍କି କହିଛନ୍ତି। ଆମକୁ ଏହି ଯୁଦ୍ଧ ଜିତିବାକୁ ପଡ଼ିବ ଏବଂ ଏଥିପାଇଁ ଆମକୁ ସହାୟତା ଲୋଡ଼ା ବୋଲି ସେ ପ୍ରକାଶ କରିଛନ୍ତି।