ରୁକୁଣା ରଥଯାତ୍ରା ନେଇ ବିଏମସିର ଗାଇଡଲାଇନ

ରୁକୁଣା ରଥଯାତ୍ରା ନେଇ ବିଏମସିର ଗାଇଡଲାଇନ

ରୁକୁଣା ରଥଯାତ୍ରା ନେଇ ବିଏମସିର ଗାଇଡଲାଇନ
ଭୁବନେଶ୍ୱର: ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ନେଇ ବିଏମସିର ଗାଇଡଲାଇନ ପ୍ରକାଶ ପାଇଛି । ଯାତ୍ରାରେ କୌଣସିକ୍କ୍ ସାମିଲ ହୋଇପାରିବେ ନାହିଁ । କେବଳ ସେବାୟତଙ୍କ ଉପସ୍ଥିତିରେ ରଥଯାତ୍ରା ହେବ । ଯାତ୍ରାର ୪୮ ଘଂଟା ପୂର୍ବରୁ ସବୁ ସେବାୟତଙ୍କ ଆରଟି-ପିସିଆର ଟେଷ୍ଟ ହେବ । ନେଗେଟିଭ ରିପୋର୍ଟ ଥିବା ସେବାୟତଙ୍କୁ ମିଳିବ ଅନୁମତି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବେ ସେବାୟତ । ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନା ବଜାର, ଖାଦ୍ୟ ଷ୍ଟଲ ଲାଗିପାରିବନି କୁହାଯାଇଛି । ପ୍ରକାଶ ଯେ, ଗତ ୮ ତାରିଖ ଦିନ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆୟୋଜନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବିଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ୪ ନିଯୋଗ ଓ ବିଏମସି କମିଶନର ଉପସ୍ଥିତ ଥିଲେ । ଏହି ଅବସରରେ ବିନା ଭକ୍ତରେ ରୁକୁଣା ରଥଯାତ୍ରା କରିବା ନେଇ ସେବାୟତମାନେ ଦାବି ରଖିଥିଲେ । ତେବେ ବୈଠକ ପରେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇ କହି ଥିଲେ ଯେ, ରୁକୁଣା ରଥଯାତ୍ରା ନେଇ ଆମେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ । ବିନା ଭକ୍ତରେ ଆୟୋଜନ ନେଇ ଲକ୍ଷ୍ୟ ରଖିଛୁ । ତେବେ ଏନେଇ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛୁ । ଯେଉଁ ପାଳିଆ ସେବାୟତମାନେ ରଥ ଟାଣିବେ ସେମାନଙ୍କ କୋଭିଡ ଟେଷ୍ଟ ହେବ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇ ଥିଲେ ।