ରାହୁଲଙ୍କ ସହ ପୂରା କଂଗ୍ରେସ ଯିବ ଇଡି ଦପ୍ତର

ରାହୁଲଙ୍କ ସହ ପୂରା କଂଗ୍ରେସ ଯିବ ଇଡି ଦପ୍ତର

ରାହୁଲଙ୍କ ସହ ପୂରା କଂଗ୍ରେସ ଯିବ ଇଡି ଦପ୍ତର

ନୂଆଦିଲ୍ଲୀ: ଆସନ୍ତା ୧୩ରେ ରାହୁଲ ଗାନ୍ଧି ଯିବେ ଇଡି ଦପ୍ତର । ଇଡିର ସମନ ଅନୁସାରେ ସେଦିନ ରାହୁଲଙ୍କୁ ପଚରାଉଚରା କରାଯିବ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ । ଇଡିର ଏହି ଆକ୍ସନ ବିରୋଧରେ କଂଗ୍ରେସ ଏବେ ଦେଶବ୍ୟାପୀ ଆନେ୍ଦାଳନ ଆରମ୍ଭ କରିବାକୁ ଯୋଜନା ଚଳାଇଛି । ରାହୁଲଙ୍କ ସହ କଂଗ୍ରେସର ସବୁ ବରିଷ୍ଠ ନେତା, ରାଜ୍ୟସଭା ଓ ଲୋକସଭା ସାଂସଦ, ମୁଖ୍ୟମନ୍ତ୍ରୀମାନେ ମାର୍ଚ୍ଚ କରି ଇଡି ଦପ୍ତର ପର୍ଯ୍ୟନ୍ତ ଯିବେ । ଇଡି କାର୍ଯ୍ୟାଳୟ ବାହାରେ ବିକ୍ଷୋଭ କରିବେ । ଦିଲ୍ଲୀ କଂଗ୍ରେସ ୟୁନିଟ ଆନେ୍ଦାଳନର ନେତୃତ୍ୱ ନେବେ । କେବଳ ସେତିକି ନୁହେଁ, ସେଦିନ ସବୁ ରାଜ୍ୟରେ ପିସିସି ପକ୍ଷରୁ ଇଡି ଦପ୍ତର ବାହାରେ ବିକ୍ଷୋଭ କରିବାକୁ ଯୋଜନା କରାଯାଉଛି।

  ଏଭଳି ଆନେ୍ଦାଳନ ମାଧ୍ୟମରେ କଂଗ୍ରେସ ଦେଶରେ ବିଜେପି ବିରୋଧରେ ଲଢେ଼ଇର ଆହ୍ୱାନ ଦେବ । ବିଜେପି ସରକାର ବିରୋଧୀଙ୍କୁ ଟାର୍ଗେଟ କରି ଇଡି ମାମଲାରେ ଫସାଉଛି ବୋଲି କଂଗ୍ରେସ ଅଭିଯୋଗ କରୁଥିବାବେଳେ ଏବେ ଲଢେ଼ଇ ଜୋରଦାର କରିବାକୁ କମର କଷିଛି । ରାହୁଲଙ୍କୁ ଇଡି ଅଫିସକୁ ସମନରୁ କଂଗ୍ରେସ ରାଜନୈତିକ ଫାଇଦା ନେବାକୁ ପ୍ରୟାସ ଚଳାଇଛି । ଡିଫେସିଭ୍ ବଦଳରେ ଆଟାକିଂ ରାଜନୀତି କଲେ ଦଳ ପାଇଁ ଭଲ ହେବ ବୋଲି ଏଆଇସିସି ଭିତରେ ମତ ପ୍ରକାଶ ପାଇଛି ।