ରାଣୀ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ରାଣୀ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ରାଣୀ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁ ଘଟଣା ଜାଣିବା ପରେଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ନେତାମାନେ ଶୋକବ୍ୟକ୍ତ କରିଛନ୍ତି।ଟୁଇଟ୍‌ କରିଥିବା ଶୋକବାର୍ତ୍ତାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି: ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ବିଶ୍ବ ଜଣେ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ହରାଇଲା। ୭ ଦଶନ୍ଧିରୁ ଅଧିକ କାଳଧରି ସେ ତାଙ୍କ ଦେଶ ଓ ଜନତାଙ୍କ ନେବା ପରଠାରୁ ଗୋଟାଏ ଯୁଗ ବିତିଗଲାଣି। ବ୍ରିଟେନ୍‌ବାସୀଙ୍କ ଦୁଃଖରେ ସମଭାଗିନୀ ହେବା ସହ ରାଜ ପରିବାର ପ୍ରତି ସମବେଦନା ଜଣାଉଛି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୁରୁବାର ଦିନ ଟୁଇଟ୍‌ କରିଥିବା ଶୋକବାର୍ତ୍ତାରେ ଲେଖିଛନ୍ତି: ଆମ ସମୟର ଜଣେ ଦୃଢ଼ମନା ଓ ବିଶ୍ବସ୍ତ ଭାବେ ମହାରାଣୀ ଦ୍ବିତୀୟ ଏଲିଜାବଥେ୍‌ ସ୍ମରଣୀୟ ହୋଇ ରହି‌ବେ। ସେ ତାଙ୍କ ଦେଶ ଓ ଦେଶବାସୀଙ୍କୁ ପ୍ରେରଣାଦାୟୀ ନେତୃତ୍ବ ଓ ଦେଇଛନ୍ତି। ସର୍ବସାଧାରଣରେ ମର୍ୟ୍ୟାଦା ଓ ଶାଳୀନତାର ପ୍ରତିନିଧିତ୍ବ କରିଛନ୍ତି। ତାଙ୍କ ମୃତ୍ୟୁରେ ମୁଁ ମର୍ମାହତ। ଏହି ଦୁଃଖଦ ବେଳାରେ ତାଙ୍କ ପରିବାର ଓ ଇଂଲଣ୍ଡବାସୀଙ୍କ ପ୍ରତି ମୋର ସମବେଦନା।


ଅନ୍ୟ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ରାଣୀଙ୍କ ସହିତ ୨୦୧୫ ଓ ୨୦୧୮ରେ ହୋଇଥିବା ସାକ୍ଷାତ୍‌ କଥା ସ୍ମରଣ କରି କହିଛନ୍ତି, ମୁଁ ତାଙ୍କର ଅମାୟିକତା ଓ ସଦିଚ୍ଛାକୁ କଦାପି ଭୁଲି ପାରିବ ନାହିଁ। ଥରେ ତାଙ୍କ ସହିତ ହୋଇଥିବା ସାକ୍ଷାତ୍‌ ବେଳେ ସେ ମତେ ଗୋଟାଏ ରୁମାଲ ଦେଖାଇଥିଲେ। ତାଙ୍କ ବିବାହ ବେଳେ ମହାତ୍ମା ଗାନ୍ଧୀ ସେହି ରୁମାଲଟିକୁ ଉପହାର ଦେଇଥିଲେ। ତାଙ୍କର ସେ ଅନୁଭୂତିଟିକୁ ମୁଁ ସଶ୍ରଦ୍ଧ ସ୍ମରଣ ରଖିଥିବି।