ରାଜ୍ୟରେ ୨୪ ଘଣ୍ଟାରେ ୧୩୮ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୧୩୮ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୧୩୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୩୮କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୮ଜଣ ରହିଥିବାବେଳେ ୬୦ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୩୩ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।

 

ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ, ଅନୁଗୁଳରୁ ୪, କଟକରୁ ୫, ବାଲେଶ୍ୱରରୁ ୬,  ବଲାଙ୍ଗୀରରୁ ୩, ବୌଦ୍ଧରୁ ୧, ଦେବଗଡରୁ ୫, ଗଜପତିରୁ ୧୮, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧, ଯାଜପୁରରୁ ୩, ଝାରସୁଗୁଡାରୁ ୧୩, କେନ୍ଦ୍ରାପଡାରୁ ୪, କେରାପୁଟରୁ ୩, ମୟୂରଭଞ୍ଜରୁ ୧୧, ନବରଙ୍ଗପୁରରୁ ୩, ନୟାଗଡରୁ ୧, ନୂଆପଡାରୁ ୧, ପୁରୀରୁ ୨, ସମ୍ବଲପୁରରୁ ୩୧, ସୁନ୍ଦରଗଡରୁ ୧୧ ଓ ରାଜ୍ୟପୁଲରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୫ହଜାର ୪୮୭କୁ ବୃଦ୍ଧି ପାଇଛି ।