ରାଜ୍ୟରେ ବାତିଲ ହେଲା ବାକିଥିବା +୨ ପରୀକ୍ଷା ।

ରାଜ୍ୟରେ ବାତିଲ ହେଲା ବାକିଥିବା +୨ ପରୀକ୍ଷା ।

ରାଜ୍ୟରେ ବାତିଲ ହେଲା ବାକିଥିବା +୨ ପରୀକ୍ଷା ।
କରୋନା ପାଇଁ ଏବେ ସବୁଠି ଭୟର ମାହୋଲ । କରୋନା ସଂକ୍ରମଣ ଭୟ ପାଇଁ ପୂର୍ବରୁ ସ୍କୁଲ, କଲେଜ ସହ ପରୀକ୍ଷା ମଧ୍ୟ ବନ୍ଦ କରାଯାଇଥିଲା । କରୋନା ପରିସ୍ଥିତି ସୁଧୁରିବା ପରେ ପରୀକ୍ଷା କରାଯିବା ନେଇ ବ୍ୟବସ୍ଥା କରାଯାଇଥିଲା । ତେବେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ତାହାହେଲା ରାଜ୍ୟରେ ବାକିଥିବା +୨ ପରୀକ୍ଷାକୁ ବାତିଲ କରିଦିଆଯାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟରେ ବାକିଥିବା ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ସ୍ଥିତି ଦେଖି ଆଉ ପରୀକ୍ଷା କରିବା ସମ୍ଭବ ନୁହେଁ । ମାର୍ଚ୍ଚ ୨୩ରୁ ୨୮ ତାରିଖ ମଧ୍ୟରେ ଥିବା ପରୀକ୍ଷାକୁ ବାତିଲ କରିଦିଆଯାଇଛି । ତେବେ ପରୀକ୍ଷା ବାତିଲ ହୋଇଥିବାରୁ ସିବିଏସଇ ଢାଞ୍ଚାରେ ମାର୍କିଂ ହେବ । ପିଲାମାନେ ଦେଇଥିବା ପରୀକ୍ଷାର ଆଭରେଜ ଦେଖି ମାର୍କିଂ ହେବ । ଯେଉଁମାନେ ୫ଟି ପରୀକ୍ଷା ଦେଇଥିବେ, ତାଙ୍କର ଶ୍ରେଷ୍ଠ ୩ଟିରୁ ଆଭରେଜ ମାର୍କିଂ ହେବ । ଯେଉଁମାନେ ୪ଟି ପରୀକ୍ଷା ଦେଇଥିବେ ତାଙ୍କର ଶ୍ରେଷ୍ଠ ୨ଟି ଦେଖି ଆଭରେଜ ମାର୍କିଂ ହେବ । କମ୍ପାର୍ଟମେଣ୍ଟାଲ ପରୀକ୍ଷାର୍ଥୀଙ୍କ ଗଲାବର୍ଷ ଶ୍ରେଷ୍ଠ ମାର୍କ ଦେଖି ଆଭରେଜ ମାର୍କିଂ ହେବ । ଯେଉଁମାନେ ମାର୍କରେ ସନ୍ତୁଷ୍ଟ ହେବେନି, କରୋନା ସ୍ଥିତି ଟଳିଲେ ସେମାନେ ପରୀକ୍ଷା ଦେବେ । ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରୁଛୁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।