ରାଜ୍ୟରେ ପାଗଳଙ୍କ ସଂଖ୍ୟା ବଢ଼ୁଛି : ସ୍ୱାସ୍ଥ୍ୟମନ୍ତ୍ରୀ
ରାଜ୍ୟରେ ପାଗଳଙ୍କ ସଂଖ୍ୟା ବଢ଼ୁଛି : ସ୍ୱାସ୍ଥ୍ୟମନ୍ତ୍ରୀ
admin
Jul 30, 2019 - 06:32
Updated: Jul 30, 2019 - 06:32
ଭୁବନେଶ୍ୱର: ଓଡ଼ିଶାରେ ବିଭିନ୍ନ ପ୍ରକାର ମାନସିକ ରୋଗୀ ତଥା ପାଗଳ ଓ ପାଗଳୀଙ୍କ ସଂଖ୍ୟା ବଢ଼ୁଛି । ତେବେ ୨୦୦୦ ମସିହାରୁ ରାଜ୍ୟରେ ଏ ନେଇ ବିଧିବଦ୍ଧ ଭାବେ କୌଣସି ସର୍ଭେ କରାଯାଇନାହିଁ । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ।
ମନ୍ତ୍ରୀ ଶ୍ରୀ ଦାସ ଦର୍ଶାଇଛନ୍ତି ଶ୍ରୀରାମଚନ୍ଦ୍ର ଭଞ୍ଜ ଆୟୂର୍ବିଜ୍ଞାନ ବହିର୍ବିଭାଗରେ ପଞ୍ଜିକୃତ ହୋଇଥିବା ତଥ୍ୟ ଅନୁଯାୟୀ ମାନସିକ ରୋଗୀଙ୍କ ସଂଖ୍ୟା ୨୦୦୦ ମସିହାରେ ବାର୍ଷିକ ୧୭ ହଜାର ୫୧୧ ଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୭୨ ହଜାର ୮୧୯ରେ ପହଞ୍ଚିଛି । ରାଞ୍ଚିସ୍ଥିତ ପାଗଳା ଚିକିତ୍ସା କେନ୍ଦ୍ରରେ ଓଡ଼ିଶା ରୋଗୀଙ୍କ ପାଇଁ ସଂରକ୍ଷଣ ନଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ମାନସିକ ରୋଗ ପ୍ରତିଷ୍ଠାନ ପି ଏକ କେନ୍ଦ୍ର ରାଜ୍ୟରେ ପ୍ରତିଷ୍ଠା ହେବା ଦରକାର । ଏଥିପାଇଁ ସରକାରଙ୍କ ତରଫରୁ ଭାରତ ସରକାରଙ୍କ ପାଖରେ ପ୍ରସ୍ତାବ ଦାଖଲ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ଉତ୍ତରରେ କହିଛନ୍ତି ।