ରାଜଧାନୀରେ ପୁଣି ୧୧ଟି ଜାଗା ହେଲା କଣ୍ଟେନ୍‌ମେଣ୍ଟ୍‌ ଜୋନ୍

ରାଜଧାନୀରେ ପୁଣି ୧୧ଟି ଜାଗା ହେଲା କଣ୍ଟେନ୍‌ମେଣ୍ଟ୍‌ ଜୋନ୍

ରାଜଧାନୀରେ ପୁଣି ୧୧ଟି ଜାଗା ହେଲା କଣ୍ଟେନ୍‌ମେଣ୍ଟ୍‌ ଜୋନ୍

ଭୁବନେଶ୍ୱର: ରାଜଧାନୀରେ ବେଲଗାମ ହେଲାଣି କରୋନା ସଂକ୍ରମଣ । ଦୈନିକ ପଜିଟିଭ୍ ହାର ପ୍ରବଳ ବଢୁଥିବାରୁ ଏକାଥରେ ଭୁବନେଶ୍ୱରର ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମ୍ସି  ।

ନର୍ଥ ଜୋନର ୪ଟି ଓ ଦକ୍ଷିଣପୂର୍ବ ଜୋନ୍ର ୭ଟି ସ୍ଥାନକୁ  ବିଏମ୍ସି ପକ୍ଷରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଜି ଭୁବନେଶ୍ୱରର ୧୧ଟି ଅଂଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ୭ ଦିନ ପାଇଁ କଟକଣା ଜାରି ରହିବ । ଏହି ଅଞ୍ଚଳରେ ଲୋକଙ୍କୁ  ଘରୁ  ବାହାରକୁ  ବାହାରିବାକୁ ବାରଣ କରାଯାଇଛି ।  ବିଏମ୍ସି ପକ୍ଷରୁ  ଏହି ଅଞ୍ଚଳରେ  ଲୋକଙ୍କୁ  ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ପୂର୍ବରୁ ରାଜଧାନୀରେ ୧୪ଟି ଅଞ୍ଚଳକୁ ବିଏମ୍ସି କଣ୍ଟେନମେଣ୍ଟ ଘୋଷଣା କରିଥିଲା । ତେବେ ୧୧ ଅଞ୍ଚଳକୁ ମିଶାଇ ମୋଟ ସଂଖ୍ୟା ୨୫ରେ ପହଞ୍ଚିଛି ।

ଏହାସହିତ କରୋନାର ଦ୍ରୁତ ସଂକ୍ରମଣ ଯୋଗୁଁ ସହରାଞ୍ଚଳରେ ଗତକାଲି ରାତିରୁ ନାଇଟକର୍ଫୁ୍ୟ ଲାଗୁ କରାଯାଇଛି ।  ରାତି ୯ଟାରୁ ଭୋର ୫ଟା ପର୍ୟ୍ୟନ୍ତ ନାଇଟ୍ କର୍ଫୁ୍ୟ ଲାଗୁ ହୋଇଛି । ଫଳରେ ରାତି ୯ଟା ପରେ ପୁଲିସ ଛକ ଛକରେ ପାଟ୍ରୋଲିଂ କରୁଥିବା ସୂଚନା ମିଳିଛି ।