ପୋଖରୀ ଭିତରେ ପଡ଼ିଲା କାର୍, ୨ ମୃତ
ପୋଖରୀ ଭିତରେ ପଡ଼ିଲା କାର୍, ୨ ମୃତ
ଯାଜପୁର : ରାସ୍ତା କଡକୁ କାର ଖସି ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଧନପୁର ଛକ ନିକଟରେ । ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏକ କାରରେ ୪ ଜଣ ଯୁବକ ଯାଜପୁର ରୋଡକୁ ଫେରୁଥିଲେ । ଏହି ସମୟରେ ଧନପୁର ଛକ ନିକଟରେ ଏକ ଟ୍ରଲର କାରକୁ ସାଇଡ଼ ମାରିବାରୁ କାର ଚାଳକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଡିଭାଇଡରରେ ପିଟି ହେଇ ପୋଖରୀ ଭିତରେ ପଡ଼ିଥିଲା ।
ଯାହାଫଳରେ କାର ଭିତରେ ଥିବା ୪ ଜଣ ଯୁବକ ଗାଡିରୁ ବାହାରି ପାରିନଥିଲେ । ତେବେ ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଏହି ୪ଜଣଙ୍କୁ ଗାଡି ଭିତରୁ ବାହାର କରିଥିଲେ ।ତେବେ ଘଟଣା ସ୍ଥଳରେ ଦୁଇ ଜଣ ମୃତୁ୍ୟ ବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିସôା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ସୂଚନା ମିଳିଛି ।
ପାଣିକୋଇଲି ପୋଲିସ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳକୁ ଆସି ଦୁର୍ଘଟଣା ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଦୁଇ ଯୁବକ ହେଉଛନ୍ତି ଯାଜପୁର ରୋଡ ଥାନା ଝାଟିଆସାହି ଗାଁର ପ୍ରେମାନନ୍ଦ ମହାଳିକଙ୍କ ପୁଅ ଚନ୍ଦନ ମହାଳିକ ଓ କୋରେଇ ଥାନା କନ୍ତର ଗାଁର ଜୟନ୍ତ ନାୟକଙ୍କ ପୁଅ ଦେବାଶିଷ ନାୟକ ବୋଲି ଜଣାପଡିଛି ।




admin 