ରାଜଧାନୀରେ ଡବଲ ଏନକାଉଂଟର

ରାଜଧାନୀରେ ଡବଲ ଏନକାଉଂଟର

ରାଜଧାନୀରେ ଡବଲ ଏନକାଉଂଟର
ଭୁବନେଶ୍ୱର:ଗତରାତିରେ ରାଜଧାନୀ ଉପକଣ୍ଠରେ ଡବଲ ଏନକାଉଂଟର କରିଛି ପୋଲିସ । ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି-ଟଙ୍କପାଣି ରୋଡରେ ଏନକାଉଂଟର ଘଟିଛି । ଏନକାଉଂଟରରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଅପରାଧୀ ବିବେକ ନାୟକ ଓ ଅରୁଣ ମଲ୍ଲିକ ଆହତ ହୋଇଥିବା ସୂଚନା ମିଳିଛି । ଉଭୟଙ୍କ ଗୋଡରେ ଶକ୍ତଭାବେ ଗୁଳି ବାଜିଛି । ଦୁହିଁଙ୍କୁ ଆହତ ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତି କରାଯାଇଛି । ଅରୁଣ ଅର୍ଥୋପେଡିଜ ଓ ବିବେକ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ହେଉଛନ୍ତି । ସୂଚନାଯୋଗ୍ୟ, ଡକାୟତି ଯୋଜନା କରୁଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ପୋଲିସକୁ ଦେଖି ଦୁଇ ଅପରାଧୀ ପ୍ରଥମେ ଗୁଳି ଚଳାଇଥିଲେ । ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା ବେଳେ ଦୁହିଁକି ଗୋଡରେ ଗୁଳି ବାଜିଛି । ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ୧୦ରୁ ଉଦ୍ଧ୍ୱର୍ ମାମଲା ରହିଛି । ଅପରାଧୀଙ୍କ ଠାରୁ ପୋଲିସ ଭୋଟିଏ ବନ୍ଧୁକ ଜବତ କରିଛି ।