ରାଜଧାନୀରେ କିନ୍ନରଙ୍କ ନବରାତ୍ରପୂଜା ଆରମ୍ଭ
ରାଜଧାନୀରେ କିନ୍ନରଙ୍କ ନବରାତ୍ରପୂଜା ଆରମ୍ଭ
ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଏହି ଅବସରରେ ରାଜଧାନୀରେ କିନ୍ନରମାନେ ମଧ୍ୟ ନବରାତ୍ର ପୂଜା ଆରମ୍ଭ କରିଛନ୍ତି । ପଳାସପଲ୍ଲୀସ୍ଥିତ ଓଡିଶା କିନ୍ନର ଆଖଡା ପକ୍ଷରୁ ଆଜି ୧୧ଜଣ କିନ୍ନର ବିନ୍ଦୁସାଗରରୁ ଗତକାଲି ପବିତ୍ର ଜଳ ନେଇ ଏହି ପୂଜା ଆରମ୍ଭ କରିଛନ୍ତି । ଗତକାଲି ବିଲ୍ୱବରଣ କରାଯିବା ସହ ୪ଫୁଟ୍ ଉଚ୍ଚତା ବିଶିଷ୍ଟ ମା’ଙ୍କ ମାଟି ମୂର୍ତ୍ତିକୁ ଜୀବନ୍ୟାସ ଦିଆଯାଇଛି । ବ୍ରାହ୍ମଣ ସେବାୟତଙ୍କ ଦ୍ୱାରା ବିଧି ମୁତାବକ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ମୀରା ଘରାନାର ମୁଖ୍ୟ ମୀରା କିନ୍ନରଙ୍କ କହିବା କଥା ଏହି ପୂଜାରେ ୧୧ଜଣ କିନ୍ନର, ଜଣେ ପୁରୁଷ ଓ ଜଣେ ମହିଳା ବ୍ରତୀ ହୋଇ ଗୋଟିଏ ବେଳା ହବିଷ୍ୟାନ୍ନ ଭକ୍ଷଣ କରିବେ । ପ୍ରତିଦିନ ମା’ଙ୍କ ବିଭିନ୍ନ ବେଶ ଲାଗି କରାଯିବ । ଏହି ଅବସରରେ ୯ଦିନରେ ୯ପ୍ରକାର ଦେବୀଙ୍କୁ ପୂଜା କରାଯିବ । ପ୍ରତିଦିନ ରାତିରେ ୫୦ରୁ ୧୦୦ଜଣ ଲୋକଙ୍କ ପାଇଁ ନବଦୁର୍ଗାଙ୍କ ପ୍ରସାଦ ବ୍ୟବସ୍ଥା ହୋଇଛି । ନବମୀ ତିଥିରେ କନ୍ୟାଙ୍କ ବିବାହ କରାଯିବ ବୋଲି ମୀରା କହିଛିନ୍ତି ।




admin 