ମୃତକଙ୍କ ନାଁରେ ଟଙ୍କା ଖାଇଗଲେ ଏଲ୍‌ଆଇସି ଏଜେଣ୍ଟ୍

ମୃତକଙ୍କ ନାଁରେ ଟଙ୍କା ଖାଇଗଲେ ଏଲ୍‌ଆଇସି ଏଜେଣ୍ଟ୍

ମୃତକଙ୍କ ନାଁରେ ଟଙ୍କା ଖାଇଗଲେ ଏଲ୍‌ଆଇସି ଏଜେଣ୍ଟ୍

ଭୁବନେଶ୍ବର: ମୃତକଙ୍କ ଜୀବିତ ଦର୍ଶାଇ ଖାଇଗଲେ କୋଟି କୋଟି ଟଙ୍କା। ଜଣେ ଏଲ୍‌ଆଇସି ଏଜେଣ୍ଟଙ୍କ ଏହି କଳା କାରନାମା ଏବେ ଲୋକଲୋଚନକୁ ଆସିଛି। କୋଟି କୋଟି ଟଙ୍କା ଚଳୁ କରି ଚାଲିଥିଲେ ଏଲଆଇସି ଏଜେଣ୍ଟ । ଜୀବିତଙ୍କୁ ମୃତ ଦେଖାଇ ଲୁଟି ଚାଲିଥିଲେ କୋଟି କୋଟି ଟଙ୍କା । ଏଜେଣ୍ଟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ଇଓଡବ୍ଲୁ ହାତରେ ଧରା ପଡିଛି ଏହି ଠକ । ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହଡପ କରୁଥିଲା ଇନସୁରାନ୍ସ ଟଙ୍କା । ୨୩ଟି ଇନସୁରାନ୍ସ ଆକାଉଣ୍ଟର ଜାଲିଆତି କରିଥିବା ଠକ  ଏଲ୍‌ଆଇସି  ଏଜେଣ୍ଟ ପୁରୀ କଣାସ ଅଞ୍ଚଳର କବିରାଜ ବେହେରା। ତାକୁ ଗିରଫ କିରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ଟିମ । ୧.୮୦କୋଟି ଟଙ୍କାର ଠକେଇ ହୋଇଥିବା  ଏଲ୍‌ଆଇସି  ଅଫିସ ପକ୍ଷରୁ ଅଭିଯୋଗ ହୋଇଥିଲା । ଆଜି ଗିରଫ  କବିରାଜକୁ କୋର୍ଟ ଚାଲାଣ କରାଯିବ ।