ରାଜଧାନୀରେ ଏନ୍କାଉଣ୍ଟର୍
ରାଜଧାନୀରେ ଏନ୍କାଉଣ୍ଟର୍
ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀରେ ବଢ଼ୁଥିଲା ଆପରାଧିକ ଘଟଣା। ଦିନ ଦ୍ବିପହରରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ କରୁଥିଲେ ଲୁଟ୍। ଲୁଟୁଥିଲେ ଏଟିଏମ୍। ଚାରିଆଡ଼ୁ ସମାଲୋଚନା ହେବା ପରେ ଆକ୍ସନ ମୋଡରେ ପୋଲିସ୍। ଗତକାଲି ରାତି ଅଧରେ ରାଜଧାନୀରେ ପୁଲିସ୍-ଅପରାଧୀ ମୁହାଁମୁହିଁ ହୋଇଥିଲେ । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚକରାକୁ ଧରିବାକୁ ଯାଇଥିବା ବେଳେ ବୋମାମାଡ଼ ହୋଇଥିଲା । ଚକରା ଓ ତା ସହଯୋଗୀ ପୁଲିସକୁ ଦେଖି ବୋମାମାଡ଼ କରିଥିଲେ । ଏହାର ଜବାବରେ ପୁଲିସ୍ ଏନକାଉଣ୍ଟର କରିଥିଲା । ପୁଲିସ୍ ଗୁଳିରେ ଦୁର୍ଦ୍ଧାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଥିବା ବେଳେ ତା’ ସହଯୋଗୀ ଖସି ଯାଇଛି । ଗତକାଲି ମଧ୍ୟରାତିରେ ବରମୁଣ୍ଡା ହାଇସ୍କୁଲ ପଡିଆରେ ହୋଇଛି ଏନକାଉଣ୍ଟର ।
ଚକରାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଆହତ ଅବସ୍ଥାରେ ତାକୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛିା ତାସହ ଦୁଇ ଜଣ ପୁଲିସ୍ ଅଧିକାରୀ ବି ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ବୋମା, ବନ୍ଧୁକ ସମେତ ଏକ କାର୍ ଜବତ ହୋଇଛି । ଘଟଣାସ୍ଥଳରୁ ଫେରାର ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ୍ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।
ଏନେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ଖଣ୍ଡଗିରି ପୁଲିସ୍ ଓ ସ୍ପେଶାଲ ସ୍କ୍ୱାର୍ଡ ସୂଚନା ପାଇ ସେଠାରେ ପହଂଚିଥିବା ବେଳେ ଏହି ଗ୍ରୁପ୍ ସଦସ୍ୟ ଫାୟାରିଂ କରିବା ସହ ବୋମାମାଡ କରିଥିଲେ । ଅପରାଧୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମାନେ ବନ୍ଧୁକ ଦେଖାଇ ଲୁଟ୍ ଯୋଜନା କରୁଥିବା ଜଣାପଡିଛି । ଭୁବନେଶ୍ୱର ପୁଲିସ୍ ଏପରି ସବୁ ଗ୍ୟାଙ୍ଗକୁ ଧରିବାକୁ ଜୋରଦାର ପ୍ରୟାସ ଚଳାଇଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।




admin 