ଢ଼େଙ୍କାନାଳରେ ଘାଟିରେ ଓଲଟିଲା ବସ୍
ଢ଼େଙ୍କାନାଳରେ ଘାଟିରେ ଓଲଟିଲା ବସ୍
କାମାକ୍ଷାନଗର: ବେପରୁଆ ଭାବେ ଗାଡି ଚାଳନା ଯୋଗୁଁ ବଢ଼ୁଛି ଦୁର୍ଘଟଣା। ଅକାଳରେ ଅନେକ ଜୀବନ ଯାଉଛି । ତେବେ ଆଜି ହାଇୱା ଧକ୍କାରେ ୪ଜଣ ବ୍ୟକ୍ତି ଗରୁତର ଭାବେ ଆହତ ହେବା ସହ ଦୁଇ ବଳଦଙ୍କ ଆକାଳରେ ମୃତୁ୍ୟ ହୋଇଥିବାବେଳେ ପୁଣି ଘାଟିରେ ବସ୍ ଓଲଟିବା ଘଟଣା ସାମ୍ନାକୁ ଆସିଛି ।
ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପରଜଙ୍ଗ ଥାନା ଜରଡା ଘାଟିରେ ବସଟି ଭାରସାମ୍ୟ ହରାଇ ଘାଟିରୁ ଓଲଟି ପଡିଛି । ଦୁର୍ଘଟଣାଗ୍ରସ୍ତ ବସଟି ୪ଜଣ ଯାତ୍ରୀଙ୍କୁ ନେଇ କଙ୍କଡାହାଡରୁ ଗଡପଳାଶୁଣୀ ଯାଉଥିଲା । ହଠାତ୍ ଜରଡା ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଦୁଇ ଜଣ ଯାତ୍ରୀ ଗୁରୁତାର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟ ସମସ୍ତେ ଭଗବାନଙ୍କ ଦୟାରୁ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।




admin 